ବଞ୍ଚୋରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁ୍େଠିତ ହୋଇଯାଇଛି । ବୟେ୍ଚା ପୟ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିୋଂଗୀତାକୁ ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଉଦଘାଟନ କରି ପ୍ରତି ପଞ୍ଚାୟତରେ ଏହିପରି କ୍ରୀଡା ଆୟୋଜନ କରି ଯୁବ ପ୍ରତିଭା ମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ ବୋଲି ମତଦେଇଥିଲେ । ଏଥିରେ ଫୁଟବଲ, ଭଲ୍ଲିବଲ, ୧୦୦ମିଟର, ୨୦୦ମିଟର ଓ ୪୦୦ମିଟର ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବଞ୍ଚୋ, ଶିବନାରାୟଣପୁର ଓ ସିଙ୍ଗଡୋବ ଗ୍ରାମର ଶହେରୁ ଉର୍ଦ୍ଧ ଯୁବକ ଭାଗ ନେଇଥିଲେ । ଫୁଟବଲରେ ସିଙ୍ଗଡୋବ ବଞ୍ଚୋକୁ ୨-୦ରେ ପରାସ୍ତ କରି ଚମ୍ପିୟନ ହୋଇଥିଲା । ଦେବାଶିଷ ନାୟକ, ମହେନ୍ଦ୍ର କୁମାର ରାଉତ ଓ ଶୁଭାଦ୍ରୀ ବଳିୟାରସିଂ ଖେଳ ପରିଚାଳନା କରିଥିବାବେଳେ ନାଏବ ସରପଞ୍ଚ ବାସନ୍ତୀଲତା ବେହେରା, ହୃଶିକେଶ ପରିଡା, ଶ୍ରୀକାନ୍ତ ଜେନା, ଅଲେଖ ଚନ୍ଦ୍ର ବେହେରା, ବାସନ୍ତୀଲତା ବେହେରା, ଝରଣା ବାରିକ, ସୁରେନ୍ଦ୍ର ବିଶ୍ୱାଳ. ପଦିଆ ଜେନା, ଜଗନ୍ନାଥ ଦାସ, ଅକ୍ଷୟ ଖଟୁଆ, ଶ୍ରୀଧର ଖଟୁଆ ପ୍ରମୁଖ ୱାର୍ଡର୍ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ । ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଗାଁର ସମସ୍ତ ଯୁବବର୍ଗ ଏହି କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।