ବଞ୍ଚୋରେ ବସନ୍ତ ମଞ୍ଜରୀଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ ବଞ୍ଚୋ ଗ୍ରାମର ପୂର୍ବତନ ମହିଳା ସମିତିର ସମ୍ପାଦିକା ସ୍ବର୍ଗତ ବସନ୍ତ ମଞ୍ଜରୀ ବରାଳଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ସରପଞ୍ଚ ସତ୍ୟଭାମା ବରାଳ, ପୂର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳ, ପ୍ରସନ୍ନ କୁମାର ବରାଳ, ଅନଙ୍ଗ ବରାଳ, ସଂଧ୍ୟାରଣୀ ବରାଳ, ବିଜୟଲକ୍ଷ୍ମୀ ବରାଳ, ମାନସୀ ବରାଳ, ସଞ୍ଜୟ ବରାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ବିଜେପି ନେତା ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସମାଜସେବୀ ନନ୍ଦୁ ଚରଣ ଜେନା, ସୁଧାଂଶୁ ରାଉତ, ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ ବାଳକୃଷ୍ଣ ରାଉତ, ଅକରୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱନାଥ ଖଟୁଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ବସନ୍ତ ମଞ୍ଜରୀଙ୍କ ସ୍ମୃତି ଚାରଣ କରିଥିଲେ। ସେତେବେଳେ ମହିଳା ସମିତି ଗଠନ କରି ସମ୍ପାଦିକା ଭାବେ କାର୍ଯ୍ୟକରିଥିବାବେଳେ ରମାଦେବୀଙ୍କ ନେତୃତ୍ୱରେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟ କରିଥିଲେ। ସେ ଜଣେ ସଫଳ ମହିଳା ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପରିଥିବା ବେଳେ ରାମାୟଣ, ମହାଭାରତ ଉପରେ ତାଙ୍କର ଅଗାଧ ଜ୍ଞାନ ଥିଲା। ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ଅତିଥିମାନେ ମତବ୍ୟକ୍ତ କରିବା ସହିତ ତାଙ୍କ ଆମର ଆତ୍ମାର ସଦଗତି କାମନା କରିଥିଲେ। ନାତି ସଞ୍ଜୟ ବରାଳ, ସନ୍ତୋଷ ବରାଳ, ସମିର ବରାଳ, ରିଭିକ ବରାଳ, ଜଜାତି କେଶରୀ ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ