ବଞ୍ଚୋରେ ବିଶିଷ୍ଟ କ୍ରୀଡାବିତ ତଥା ଶିକ୍ଷାବିତଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବିଶିଷ୍ଟ କ୍ରୀଡାବିତ ତଥା ଶିକ୍ଷାବିତ ସ୍ୱର୍ଗତ ଅରୁଣ କୁମାର ନାୟକଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ଅନନ୍ତର୍ଯ୍ୟାମୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପୁର୍ବତନ ପିସିସି ସଭପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବିଶିଷ୍ଟ କବି ଡ. ଅଶୋକ କୁମାର ପୁହାଣ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଶିକ୍ଷକନେତା ହରମୋହନ ପଣ୍ଡା, ପୁର୍ବତନ ବିଇଓ ସୁରଥ କୁମାର ସାହୁ, ଘସିପୁରା ବ୍ଲକର ବିଇଓ ତପୋଧନ ସ୍ୱାଇଁ, ସୁଧାଶୁଂ ଶେଖର ରାଉତ, ରାଧାଗୋବିନ୍ଦ ଦାଶ, ପୁର୍ବତନ ଏବିଇଓ ବିନୋଦ କୁମାର ରାଉତ, ଏବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ସୁରେଶ କୁମାର ଜେନା, ଏବିଇଓ ମନମୋହନ ସାମଲ, ବିଶିଷ୍ଟ ଶିକ୍ଷାବିତ ସନାତନ ଓଝା, ପଞ୍ଚାନନ ପଟ୍ଟନାୟକ, ଶ୍ରୀଧର ଜେନା, ଗଣେଷ ସାହୁ, ବୁନ ଚକ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସଭାରେ ଯୋଗଦେଇ ସ୍ୱର୍ଗତ ଅରୁଣ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଧାଶୁଂ ରାଉତଙ୍କ ସମେତ ଦଧିବାବନଜୀୟୁ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।