ବଞ୍ଚୋ ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ହାଟଡିହିି, (ବିକାଶ ବିଶ୍ୱାଳ):ଦଧିବାବନପୁର ସ୍ୱାସ୍ତ୍ୟ ଆରୋଗ୍ୟ ଉପକେନ୍ଦ୍ର ଅôଦନସ୍ଥ ବଞ୍ଚୋ ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ଦିବସରେ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ମିନତୀ ଜେନା ଓ ମହିଳା ସ୍ୱାସ୍ଥ୍ୟକର୍ମୀ ପୁଷ୍ପଲତା ମହାନ୍ତି, ମାଳତୀ ଜେନା ଓ ମନୋରମା ଜେନା ଉପସ୍ଥିତ ରହି କାର୍ଯ୍ରକ୍ରମ ପରିଚାଳନା କରିଥିଲେ । ବଞେ୍‌ଚା ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ଉପସ୍ଥିତ ରହି ବାଳିକା ମାନଙ୍କ ଦ୍ୱାରା ଅନୁଷ୍ଠିତ ସାଇକେଲ ରାଲିକୁ ଶୁଭାରମ୍ଭ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହ ସାଇକେଲ ରାଲି ମାଧ୍ୟମରେ ସୁସ୍ଥ ମହିଳା, ସୁସ୍ଥ ଭାରତର ବାର୍ତ୍ତା ଏବଂ କନ୍ୟାଭୃଣ ହତ୍ୟା ନକରିବା ଏବଂ ‘କନ୍ୟାରତ୍ନ କର ଯତ୍ନ’ ଆଦି ନାରା ଦେଇ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ