ବଞ୍ଚୋ ଛକରେ ବିଶ୍ୱକର୍ମା ପୂଜା
ହାଟଡ଼ିହି, : ହାଟଡିହି ବ୍ଲକର ବଞ୍ଚୋ ଛକରେ ଦେବଶିଳ୍ପୀ ବିଶ୍ୱାକର୍ମାଙ୍କ ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମାର୍କଣ୍ଡ ଚରଣ ଓଝା ଓ ରତ୍ନମଣୀ ଓଝା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ପଣ୍ଡିତ ପଦ୍ମନାଭ ପଣ୍ଡା ବେଦମନ୍ତ୍ରରେ ପ୍ରଭୂଙ୍କ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ଜିଲ୍ଲା ଟ୍ରକ ଆସୋସିଏସନ ସଭାପତି ରମାକାନ୍ତ ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବିଶ୍ୱନାଥ ନାୟକ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ସନାତନ ବେହେରା, ବୈଦ୍ୟନାଥ ସାମଲ, ବାବୁଲି ପଟ୍ଟନାୟକ, ଚିନ୍ମୟ ନାୟକ, ବିଜୟ ରାଉତ, ବିଶ୍ୱନାଥ ଖଟୁଆ,ପରମେଶ୍ୱର ମଲ୍ଲିକ, ଆନନ୍ଦପୁର ବ୍ଲକ କଂଗ୍ରେସ ସଭାପତି ନିକୁଞ୍ଜ ବିହାରୀ ମିଶ୍ର, ନରହରି ପାତ୍ର, ଗୋପାଳ ପଟ୍ଟନାୟକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜାରେ ସାମିଲ ହୋଇଥିଲେ । କାଳନ୍ଦୀ ଚରଣ ଓଝା, ସନାତନ ଓଝା, ରତ୍ନାକର ଓଝା, ଅନନ୍ତ ସ୍ୱାଇଁ, ସୁଧାଶୁଂ ରାଉତ, ଅମୀୟ ବରାଳ, ସୁଧାକର ଓଝା, ସୁବାସ ଚନ୍ଦ୍ର ଓଝା, ଦେବାଶିଷ ଓଝା, ନରେଶ ଓଝା, ସୁକାନ୍ତୀ ଓଝା, ସତ୍ୟସୁନ୍ଦର ଓଝା, ଝାନସୀ ଓଝା, ଅନନ୍ୟା ଓଝା, ଅଭିମନ୍ୟୁ ପରିଡା, ସତ୍ୟାନନ୍ଦ ମିଶ୍ର ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ କିର୍ତ୍ତନ କରାଯାଉଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।