ବଞ୍ଚୋ ଛକରେ ବିଶ୍ୱକର୍ମା ପୂଜା 

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକର ବଞ୍ଚୋ ଛକରେ ଦେବଶିଳ୍ପୀ ବିଶ୍ୱାକର୍ମାଙ୍କ ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମାର୍କଣ୍ଡ ଚରଣ ଓଝା ଓ ରତ୍ନମଣୀ ଓଝା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ପଣ୍ଡିତ ପଦ୍ମନାଭ ପଣ୍ଡା ବେଦମନ୍ତ୍ରରେ ପ୍ରଭୂଙ୍କ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ଭଜନ କିର୍ତ୍ତନ ଅନୁଷ୍ଠିତ ହୋଇଥିବାବେଳେ ପୁର୍ବତନ ବିଧାୟକ ମାୟାଧର ଜେନା, ପୁବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବିଶ୍ୱନାଥ ନାୟକ, ବାବୁଲି ପଟ୍ଟନାୟକ, ଚିନ୍ମୟ ନାୟକ, ବିଶ୍ୱନାଥ ଖଟୁଆ,ପରମେଶ୍ୱର ମଲ୍ଲିକ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜାରେ ସାମିଲ ହୋଇଥିଲେ । କାଳନ୍ଦୀ ଚରଣ ଓଝା, ସନାତନ ଓଝା, ରତ୍ନାକର ଓଝା, ଅନନ୍ତ ସ୍ୱାଇଁ, ସୁଧାଶୁଂ ରାଉତ, ଅମୀୟ ବରାଳ, ସୁଧାକର ଓଝା, ସୁବାସ ଚନ୍ଦ୍ର ଓଝା, ଦେବାଶିଷ ଓଝା, ନରେଶ ଓଝା, ସୁକାନ୍ତୀ ଓଝା, ସତ୍ୟସୁନ୍ଦର ଓଝା, ଝାନସୀ ଓଝା, ଅନନ୍ୟା ଓଝା, ଅଭିମନ୍ୟୁ ପରିଡା, ସତ୍ୟାନନ୍ଦ ମିଶ୍ର ପ୍ରମୁଖ କୋଭିଡ-୧୯ର ନିତୀ ନିୟମ ଅନୁଯାଇ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ