ବଞ୍ଚୋ ଠାରେ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମଜୟନ୍ତୀ ପାଳନ
ହାଟଡିହି,(ବିକାଶ ବିଶ୍ୱାଳ): ପୁର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ହାଟଡିହି ବ୍ଲକ ବଞ୍ଚୋ ଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ ଏହି ଜୟନ୍ତୀ ପାଳନ ଉତ୍ସବରେ ଶହଶହ କାର୍ଯ୍ୟକର୍ତ୍ତା ଅଟଳଜୀଙ୍କ ଉପରେ ଅନୁଷ୍ଠିତ ଆଲୋଚନାଚକ୍ର ଓ କର୍ମଶାଳାରେ ଭାଗନେଇଥିଲେ । ପ୍ରାରମ୍ଭରେ ଅଟଳଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦ୍ୱୀପ ପ୍ରଜ୍ଜଳନ କରାଯାଇଥିଲା । ଏଥିରେ ପୁର୍ବତନ ସାଂସଦ ଅନନ୍ତ ନାୟକ, ବିଜେପି ନେତା ଆଲୋକ ସେଠୀ, ଭଗବାନ ସାହୁ, ରାମଚନ୍ଦ୍ର ସାହୁ, ସୁମତୀ ଜେନା, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜୟ ରାଉତ, ଯଜ୍ଞ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବିଚାର ପ୍ରକଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି କୈଳାଶ ସାମଲ, ପ୍ରଶାନ୍ତ ମହାପାତ୍ର, ବଳଭଦ୍ର ବାରିକ, ଟୁକୁନା ମହାନ୍ତ, ଶଶିକାନ୍ତ ରାଉତ, ଅନାଦି ସାହୁଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ରମାକାନ୍ତ ନାୟକ, ସୁଶାନ୍ତ ଜେନା, ଆଲୋକ ଦାସ, ସୁଭାଦ୍ରୀ ବଳିୟାର ସିଂ, ରତ୍ନାକର ବେହେରା, ଦିପ୍ତୀ ଖୁଣ୍ଟିଆ, ସସ୍ମିତା ବଳ, ଶଶିକାନ୍ତ ଯେନା, ଅର୍ଜୁନ ମହାନ୍ତି, ରବିନ୍ଦ୍ର ମଲ୍ଲିକ, ଅନନ୍ତ ବେହେରା, ସୌଭାଗ୍ୟ ଖଣ୍ଡେଇ, ପ୍ରାଣକୃଷ୍ଣ ସାହୁ, ମଧୁସୁଦନ ରାଉତ, ରାଜେଶ ସେଠୀ, ଜଗତ ଜୀବନ ଦେବତା, ତୃପ୍ତୀମୟୀ ଜେନା, ଶରତ ନାୟକ, ଧନେଶ୍ୱର ରାଉତଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।


