ବଞ୍ଚୋ ଦଧିବାନଜୀୟୁଙ୍କ ବାର୍ଷିକ ଉତ୍ସବ ଉଦଯାପିତ

ହାଟଡ଼ିହି, : ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ଥିବା ପ୍ରଭୂ ଦଧିବାବନଜୀୟୁଙ୍କ ମନ୍ଦିରର ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି ।  ତିନିଦିନ ଧରି ଚାଲିଥିବା ଯଜ୍ଞର ପୁର୍ଣ୍ଣାହୁତୀ ପ୍ରଦାନ କରାଯିବା ସହ ଯଜ୍ଞ ମଣ୍ଡପର ନିର୍ମାଣ ଲାଗି ଭୁମୀପୂଜା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆନନ୍ଦପୁର, ଫକିରପୁର ଓ ବଞ୍ଚୋର କୁନି କୁନି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ଆଲୋକ କୁଣ୍ଡୁ, ଇପିସିତା ମହାପାତ୍ର ଓ ସୋନୁ ନନ୍ଦଙ୍କ ଦ୍ୱାରା ଭଜନ ପରିବେଷଣ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ସଙ୍ଗିତଜ୍ଞ ମନ୍ମଥ ମିଶ୍ର ଓ ଭଦ୍ରକର ଉପ ଆରକ୍ଷୀ ଅଧିକ୍ଷକ ବିକାଶ ଦାଶଙ୍କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ଯୋଗଦେବାକୁ ବହୁ ଦୁର ଦୁରାନ୍ତରୁ ଶ୍ରଦ୍ଧାଳୁମାନେ ଧାଇଁ ଆସିଥିଲେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ସମଗ୍ର ବଡଦାଣ୍ଡଟି ଲୋକାରଣ୍ୟ ହୋଇ ଉଠିଥିଲା । ଶ୍ରଦ୍ଧାଳୁମାନେ ପ୍ରଭୂଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ଯଜ୍ଞକୁଣ୍ଡରେ ଘତାହୁତୀ ପ୍ରଦାନ କରି ପ୍ରଭୂ ଦଧିବାବନଙ୍କ ଶରଣାପର୍ଣ୍ଣ ହେଉଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳାର ସହ ଅନ୍ନପ୍ରସାଦ ସେବନ କରି ଯାଉଥିବା ଦେଖିବାକୁ ମିଳିଛି । ଦଧିବାବନଜୀୟୁ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବଞ୍ଚୋ ଗ୍ରାମର ଆବାଳ ବୃଦ୍ଧବନୀତା ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସଫଳ ରୁପାୟନ ଦିଗରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ