ବଞ୍ଚୋ ଦଧିବାମନଜୀଉଙ୍କ ଚତୁର୍ଦ୍ଦଶ ତମ ବାର୍ଷିକ ଉତ୍ସବର ଉଦଯାପନ ଦିବସ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ମନ୍ଦିର ମାଳିନୀ ବଞ୍ଚୋ ଗ୍ରାମରେ ୩ଦିନ ଧରି ଚାଲିଥିବା ପ୍ରଭୂ ଦଧିବାମନଜୀଉଙ୍କ ମନ୍ଦିର ପ୍ରତିଷ୍ଠାର ଚତୁର୍ଦ୍ଦଶ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଜି ଉଦଯାପନ ଦିବସ। ୩ଦିନ ଧରି ଚାଲିଥିବା ହୋମଯଜ୍ଞରେ ଆଜି ଅପରାହ୍ନରେ ପୁର୍ଣ୍ଣାହୁତି ପ୍ରଦାନ କରାଯାଇ ଥିଲା। ଅନେକ ଶ୍ରଦ୍ଧାଳୁ ଘୃତାହୁତୀ ପ୍ରଦାନ କରିଥିଲେ । ଆଜିର ଉଦଯାପନ ସନ୍ଧ୍ୟାରେ ପୂର୍ବତନ ବିଧାୟକ ମାୟାଧର ଜେନା, ପୂର୍ବତନ ବିଧାୟକ ଭାଗିରଥି ସେଠୀ, ବିଜେପି ନେତା ଆଲୋକ ସେଠୀ, ହାଟତିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ବ୍ଲକ ବିଡିଓ ରଞ୍ଜନ କୁମାର ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଭୂ ଦଧିବାମନଜୀଉଙ୍କ ଏହି ମହୋତ୍ସବ ଏକ ନିଆରା ପରମ୍ପରା ସୃଷ୍ଟି କରିଛି, ବଞ୍ଚୋ ଗ୍ରାମର ଏକତା ଓ ଭାଇଚାରା ସମଗ୍ର ଅଞ୍ଚଳ ପାଇଁ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ।ଗ୍ରାମ ତରଫରୁ ଡ.ଆଶୋକ ପୁହାଣ, ରତିକାନ୍ତ ରାଉତ, ପ୍ରଶାନ୍ତ କୁମାର ରାଉତ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଶଶାଙ୍କ ଶେଖର ପୁହାଣ, ସୁଶାନ୍ତ ବିଶ୍ଵାଳ ପ୍ରମୁଖ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସଙ୍ଗିତଜ୍ଞ ରଶ୍ମିରଂଜନ ପଣ୍ଡା ଓ ଭୁବନେଶ୍ଵରର ସୁରସଙ୍ଗିତର କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ହଜାର ହଜାର ଦର୍ଶକ ଆଜିର ଏହି ମନଲୋଭା ସନ୍ଧ୍ୟାକୁ ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ