ବଞ୍ଚୋ ନଦୀକୁଳ ପ୍ଲାଣ୍ଟେସନକୁ ପୋଡିଲେ ଦୁର୍ବୁତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ବୈତରଣୀ ନଦୀର ବଞ୍ଚୋ ନିକଟରେ ଗ୍ରାମର ପ୍ରାସାନ୍ତ କୁମାର ରାଉତ ନିଜ ଉଦ୍ୟମରେ କରିଥିବା ଏକ ପ୍ଲାଣ୍ଟେସନକୁ କେହି ଦୁର୍ବୁତ ଗତକାଲି ପୋଡି ଦେଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ ବଞ୍ଚୋ ମଝିସାହି ନଦୀଘାଟ ନିକଟରେ ନିଜସ୍ୱ ଖର୍ଚ୍ଚରେ ଦେଢ଼ ହେକ୍ଟରରୁ ଉର୍ଦ୍ଧ ଜମିକୁ ଘେରାଉ କରି ଦୁଇଟି ବୋରୱେଲ ବସାଇ ତା ମଧ୍ୟରେ ଆମ୍ବ, ପଣସ, ଲେମ୍ବୁ, ଓଉ ଆଦି ବିଭିନ୍ନ ପ୍ରକାରର ୬୫୦ରୁ ଉର୍ଦ୍ଧ ଗଛ ଲଗାଇଥିଲେ । ୨୦୧୮ଫେବୃୟାରୀରେ କୌଣସି ସରକାରୀ ସାହାଯ୍ୟ ବିନା ସେ ନିଜ ଉଦ୍ୟମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ଏହି ବୃକ୍ଷ ରୋପଣ କରିଥିବାବେଳେ ଏବେ ଗଛ ଗୁଡିକ ୨ରୁ ୩ଫୁଟ ଉଚ୍ଚତାର ହୋଇଯାଇଥିଲା । ମାତ୍ର ଗତକାଲି କେହି ଦୁର୍ବୁତ ନିଆଁ ଲଗାଇ ଦେବାରୁ ଶହଶହ ଗଛ ପୋଡି ଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।