ବଞ୍ଚୋ ପଞ୍ଚାୟତର ପ୍ରଥମ ବୈଠକ : ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନାଏବ ସରପଞ୍ଚ ବାସନ୍ତୀ ବେହେରା, ପିଇଓ ନରହରି ନାୟକ, ଜିଆରଏସ ସୌଭାଗିନୀ ରାୟ ସର୍ଦାର ପ୍ରମୁଖ ଯୋଗଦେଇ ପଞ୍ଚାୟତର ବହୁବିଧ ବିକାଶ ଉପରେ ଆଲୋଚନା କରିଥିଲେ । ବଞ୍ଚୋ ପଞ୍ଚାୟତଟି ବନ୍ୟା ପ୍ରପିଡିତ ଅଞ୍ଚଳ ହୋଇଥିବାବେଳେ ଅନେକ ସମୟରେ ଲୋକମାନେ ବନ୍ୟାରେ ପ୍ରଭାବିତ ହୋଇ ଘରଦ୍ୱାର ଛାଡୁଥିବାରୁ ଏଡଠାରେ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା । ପଞ୍ଚାୟତରେ ସ୍ମଶାନଗୃହ ନଥିବାରୁ  ସ୍ମଶାନଗୃହ ନିର୍ମାଣ, ମନରେଗା ଯୋଜନାର କାର୍ଯ୍ୟ, ଏସଏଫସି, ଟିଏଫସି କାର୍ଯ୍ୟ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ତ୍ୟ, ପଶୁ ଚିକିତ୍ସା ଆଦି ସମ୍ପର୍କରେ ଆଲୋଚନା କରାଯିବା ସହ ଅଙ୍ଗନବାଡି ଗୁଡିକରେ ଶୌାଚଳୟ ନିର୍ମାଣ, ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କ ପାଇଁ ପଙ୍ଖା ବ୍ୟବସ୍ଥା କରିବାନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ  ପଶୁଧନ ନିରୀକ୍ଷକ ବିଦ୍ୟାଧର ଦାସ, ୱାର୍ଡସଭ୍ୟା ଯଶୋଦା ରାଉତ, ସବିତା ବିଶ୍ୱାଳ, ସୋନାଲି ମୁଦୁଲି, ଜଗନ୍ନାଥ ଦାସ, ତପସ୍ୱିନୀ ଜେନା, ହୃଷିକେଶ ପରିଡା, ବାସନ୍ତୀ ବେହେରା, ଶ୍ରୀକାନ୍ତ ଜେନା, ଜୟନ୍ତୀ ଖଟୁଆ, ଶ୍ରୀଧର ଖଟୁଆ, ଅଙ୍ଗନବାଡି କର୍ମୀ ଶୁଭଶ୍ରୀ ମହାନ୍ତି, ସତ୍ୟଭାମା ବିଶ୍ୱାଳ, ସୁକାନ୍ତୀଲତା ଲେଙ୍କା, ସୁବାଶିନୀ ପ୍ରଧାନ, ଆଶାକର୍ମୀ ମାଳତୀ ଜେନା, ଏସଏସଜି ସମ୍ପାଦିକା ପ୍ରମିଳା ବରାଳ, ସୁବ୍ରତ ବରାଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ