ବଞ୍ଚୋ ମଣ୍ଡଳ ବିଜେପିର ବୈଠକ : ଆନ୍ଦୋଳନ ଚେତାବନୀ
ହାଟଡିହି, (ବିକାଶ ବିଶ୍ୱାଳ) :-ବଞ୍ଚୋ ମଣ୍ଡଳ ବିଜେପିର ଏକ କାର୍ଯ୍ୟକାରିଣୀ ବୈଠକ ହାଟଡିହି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ୩୬ନଂ ଜିଲ୍ଲାପରିଷଦ ଜୋନ ରେ ହୋଇଥିବା ବିଭିନ୍ନ ଦୁନ୍ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହି ବୈଠକରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ବୁଦ୍ଧିଜୀବୀ ସେଲର ସଂଯୋଜକ ଡ.ଶମ୍ବୁନାଥ ରାଉତ, ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ହରମୋହନ ଶାସିନି, ଜିଲ୍ଲା ମହିଳା ମୋର୍ଚ୍ଚାର କୋଷାଧ୍ୟକ୍ଷ ଦିପ୍ତୀମୟୀ ଖୁଣ୍ଟିଆ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳ ସେନାପତି ପ୍ରମୁଖ ଯୋଗଦେଇ ୩୬ନଂ ଜୋନର ଗମନାଗମନ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ, ବିଭିନ୍ନ ସରକାରୀ ଯୋଜନାରେ ଚଞ୍ଚକତାକୁ ନେଇ ଆଲୋଚନା କରାଯିବା ସହ ସରକାରୀକଳର ଉଦାସିନତାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଆମ୍ବୋ ପଞ୍ଚାୟତର ଶଙ୍ଖୋ ବାଲିଆ ଗାଁରେ ଆମ ଗାଁ ଆମ ବିକାଶ ଯୋଜନାରେ ଏକ ଗୋଷ୍ଠୀ କେନ୍ଦ୍ର କରାଯାଇଥିବାବେଳେ ଏହାର ଛାତ ନପକାଇ ତତକାଳୀନ ଜିପିଟିଏ କିପରି ସମ୍ପୁର୍ଣ୍ଣ ବିଲ କରିନେଲେ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ରାତାରାତି ଛାତ ପକାଇ ଦେବା ଘଟଣାକୁ ନେଇ କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିବା ସହିତ ଏ ଘଟଣାରେ ପ୍ରଶାସନକୁ ଘେରିବାକୁ ନିଷ୍ପତି ନିଆଯାଇଥିଲା । ଏଥିରେ ବଞ୍ଚୋ ମଣ୍ଡଳର ସମସ୍ତ ବିଜେପି କର୍ମକର୍ତ୍ତା ମାନେ ଯୋଗଦେଇ ଆଗାମି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ବରିଷ୍ଠ ବିଜେପି ନେତ୍ରୀ ମିନତୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମଣ୍ଡଳ ସାଧାରଣ ସମ୍ପାଦକ ସନ୍ତୋଷ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଗୌରାଙ୍ଗ ବେହେରା, ହରେକୃଷ୍ଣ ସ୍ୱାଇଁ, ବେଣୁଧର ଜେନା, ମାନସ ଜେନା, ଅଭିନ୍ନ ରାଉଳ, ଦୁର୍ଗାପ୍ରସାଦ ଯେନା, ସୁରେନ୍ଦ୍ର ବିଶ୍ୱାଳ, ସନାତନ ପ୍ରଧାନ, ଅମୀୟ ସଝା, ମହେଶ୍ୱର ଦେହୁରୀ, ନାଲୁ ଜେନାଙ୍କ ସମେତ ଅନେକ କର୍ମକତ୍ତା ଯୋଗଦେଇଥିଲେ ।


