ବଞ୍ଚୋ ମା ବରାହୀଙ୍କ ପୀଠରେ ପଞ୍ଚଦିନାତ୍ମକ ଦୁର୍ଗାପୂଜା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ମା ବରାହୀଙ୍କ ପୀଠରେ ପଞ୍ଚ ଦିନାତ୍ମକ ଦୂର୍ଗାପୂଜା ଅନୁଷ୍ଠିତ ହୋଇ ଯାଇଛି । ପଣ୍ଡିତ ସଞ୍ଜୟ କୁମାର ପାଢ଼ୀ, ଆନନ୍ଦ ଚନ୍ଦ୍ର ଦାଶ, ବୀରବର ପାଢ଼ୀଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମ୍ପାଦିତ ହୋଇଥିବାବେଳେ ସୁଧାଶୁଂ ରାଉତ ଓ ସୂର୍ଯ୍ୟମଣି ବିଶ୍ୱାଳ କର୍ତ୍ତା ଭାବେ ସାମିଲ ହୋଇଥିଲେ । ଗତକାଲି ରାବଣପୋଡି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକନ୍ତ ରାଉତ ପ୍ରମୁଖ ଅତିôତ ଭାବେ ଯୋଗଦେଇ ରାବଣ ଦେହରେ ଅଗ୍ନି ସଂଯୋଗ କରିବା ସହିତ ରାବଣପୋଡିର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ରାଧାଗୋବିନ୍ଦ ଦାଶ, ଅଶୋକ ପୁହାଣ, ସନାତନ ଓଝା, ଛବିନ୍ଦ୍ର ନାୟକ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଶଶାଙ୍କ ୋଖର ପୁହାଣ, ଚିନ୍ତାମଣୀ ରାଉତ ପ୍ରମୁଖ ଯୋଗଦେଇଥିଲେ । ଆଖପାଖ ଅଞ୍ଚାଳରୁ ହଜାର ହଜାର ଶ୍ରଦ୍ଧାଳୁ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ