ବଞ୍ଚୋ ମା ବରାହୀଙ୍କ ପୀଠରେ ରାବଣ ପୋଡି ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବଞ୍ଚୋ ସ୍ଥିତ ମା ବରାହୀଙ୍କ ପୀଠରେ ରାବଣପୋଡି ଅନୁଷ୍ଠିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମରେ ର୍ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଏସଡିପିଓ ପ୍ରଶାନ୍ତ କୁମାର ବେହେରା, ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ପ୍ରମୁଖ ଅତିଥି ଯୋଗଦେଇ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ । ଏହି ରାବଣପୋଡି ଉତ୍ସବ ଦେଖିବା ପାଇଁ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ପାଖାପାଖି ଦୁଇଘଣ୍ଟା ଧରି ଆତସବାଜି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ରାଧାଗୋବିନ୍ଦ ଦାଶ, ଆନନ୍ଦ ଚନ୍ଦ୍ର ଦାଶ, ବାବୁ ପାଢ଼ୀ, ପ୍ରଶାନ୍ତଦେବ ଶର୍ମା ପ୍ରମୁଖ ମା ବରାହୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିବାବେଳେ ସୁଧାଶୁଂ ଶେଖର ରାଉତ, କିର୍ତ୍ତନ ବିହାରୀ ନାୟକ, ପ୍ରାଣବଲ୍ଳବ ପାଢ଼ୀ, ଗନ୍ଧର୍ବସେନ ମହାନ୍ତି, ଚନ୍ଦ୍ରଶେଖର ରାଉତ, ସନ୍ତୋଷ ବରାଳ, ଛବିନ୍ଦ୍ର କୁମାର ନାୟକ, ଶଶାଙ୍କ ଶେଖର ପୁହାଣ, ଚିନ୍ତାମଣି ରାଉତ, ଯୁଦ୍ଧିଷ୍ଠିର ରାଉତ, ଚିନ୍ତାମଣି ବରାଳ, ନନ୍ଦ କିଶୋର ନାୟକ, ସନାତନ ଓଝା, ଗିରିଧାରୀ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିକ୍ରମ କେଶରୀ ରାୟ ସର୍ଦ୍ଦାର, ମୁକେଶ ରାଉତ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ଆନନ୍ଦପୁର ଥାନା ଆଇ ଆଇ ସି ଲକ୍ଷ୍ମୀକାନ୍ତ ପ୍ରଧାନ ନିଜେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସମସ୍ତ ଭାର ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ