ବଞ୍ଚୋ ମା ବରାହୀ କପ କ୍ରିକେଟ;ଷେଣ୍ଢତୀରା ଚମ୍ପିୟନ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ବଞ୍ଚୋ ଠାରେ ଚାଲିଥିବା ମା ବରାହୀ କପ କ୍ରିିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଆଞ୍ଚଳିକ ଦଳ ଅଂଶ ଗ୍ରହଣ କରିଥିବାବେଳେ ଆଜିର ଫାଇନାଲ ମ୍ୟାଚରେ ଷେଣ୍ଢତୀରା କ୍ରିକେଟ କ୍ଲବ ବଞ୍ଚୋ ହିଟ ମାଇଣ୍ଡ କ୍ଲବ କୁ ୪ଉଇକେଟରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ହିଟ ମାଇଣ୍ଡ କ୍ଲବ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୭ଉଇକେଟ ହରାଇ ୭୮ରନ ସଂଗ୍ରହ କରିଥିବାବେଳେ ଷେଣ୍ଡତୀରା କ୍ରିକେଟ କ୍ଲବ ୧୪ଓଭରରେ ୬ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇ ଚମ୍ପିୟନ ହୋଇଥିଲା । ଅମିତ କୁମାର ଓ ସୌମେନ୍ଦ୍ର ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ରୁଦ୍ର ପ୍ରତାପ ରାଉତ, ଅନିତ୍ୟ ବଳିୟାରସିଂ, ଶ୍ରୀବତ୍ସ ବିଶ୍ୱାଳ ସ୍କୋରର ଏବଂ ଦେବାଶିଷ ନାୟକ, ସ୍ମୃତିସିଲଭା ବିଶ୍ୱାଳ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଷେଣ୍ଢତୀରାର ଅବିନାଶ ଓ ମ୍ୟାନ ଅଫ ଦି ସିରିଜ ଭାବେ ସ୍ମୃତିସିଲଭା ବିଶ୍ୱାଳଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଅମର ରାଉତ, ଜ୍ଞାନ ରଞ୍ଚନ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ । ରଶ୍ମିରଞ୍ଜନ ରାଉତ, ଅମୀୟ ଅଂଶୁମାନ, ପ୍ରୀୟବ୍ରତ ପଟ୍ଟନାୟକ, ଦତ୍ତାତ୍ରୟ ରାୟସର୍ଦ୍ଦାର, ଜ୍ୟୋତିପ୍ରକାଶ ଜେନା, ସୁବ୍ରତ ବିଶ୍ୱାଳ, ସତ୍ୟ ରଞ୍ଜନ ରାଉତ, ମହେନ୍ଦ୍ର ରାଉତ, ମାନସ ରାଉତ, ମାନସ ବିଶ୍ୱାଳ, ଉଦୟ ଅରୁଣ ମହାନ୍ତି, ବିଶ୍ୱଜିତ ବରାଳ, ବାପୁନୁ ବରାଳ, ନରେଶ ରାଉତ, ଜଗନ୍ନାଥ ବେହେରା, ପ୍ରୀୟରଞ୍ଜନ ଓଝା, ଅନୁରାଗ ବଳ୍ରିାର ସିଂ, ସୁଭାଦ୍ରୀ ବଳିୟାର ସିଂ, ଅଭିଜିତ ଶ୍ରୀଚନ୍ଦନ, ଶୁଭଜିତ ବିଶ୍ୱାଳ, ସୁବ୍ରତ ରାଉତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ