ବଞ୍ଚୋ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ହାଟଡିହି, : ବଞ୍ଚୋ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଚିନ୍ତାମଣୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ଏବିଇଓ ସୁରେଶ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ସନାତନ ଓଝା, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଚମ୍ପାବତୀ ପୁହାଣ, ମୁଖ୍ୟ ପୃଷ୍ଠପୋଷକ ନିରଞ୍ଜନ ବରାଳ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ଜେନା ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବାବେଳେ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ କୃଷ୍ଣ ଚନ୍ଦ୍ର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯିବା ସହିତ ବାର୍ଷିକ କ୍ରୀଡାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁର୍ବତନ ସଭାପତି ଦୟାନିଧି ରାଉତ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର,ସୁଶାନ୍ତ କୁମାର ବିଶ୍ୱାଳ, ସହ ପ୍ରଧାନ ଆଚାର୍ଯ୍ୟା ନର୍ମଦା ମଲ୍ଲିକ, ହେଲେନା ନାହାକ, ଜଲି ସା, ରଶ୍ମିରୀତା ରଣା, ବିଦ୍ୟୁତପ୍ରଭା ନାୟକ, ବାମନ ଚରଣ ନାୟକ, କାଙ୍ଗାଳି ଚରଣ ମହାନ୍ତି, ତୃଷ୍ଣାରାୟ ସାମନ୍ତ ସିଂହାର, ଦେବେନ୍ଦ୍ର କୁମାର ସାହୁ, ଶିବ ସୁନ୍ଦର ସାହୁ, ଅନାମ ଚରଣ ରାଉତ, ଶ୍ରଦ୍ଧାଞ୍ଜଳୀ ପଟ୍ଟନାୟକ, ଅପା ସେବତୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ