ବଟକେଶ୍ୱର ଯୁବକ ସଙ୍ଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବାଲିକୁଟି ଗ୍ରାମପଂଚାୟତର ବାଇଟିଙ୍ଗିରୀ ଗ୍ରାମରେ ବାବା ବଟକେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ଗୌରାଙ୍ଗ ଗିରିଙ୍କ ପରାମର୍ଶକ୍ରମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଇଟିଙ୍ଗିରୀ ପଡିଆ ମଝିରେ ଏକ ବହୁ ପୁରାତନ ବରଗଛ ଅଛି ଏବଂ ସେହି ବରଗଛ ମୂଳରେ ବାଟରେ ଯାଉଥିବା ଲୋକ ମାନେ ଆସି ନିଜର ଥକାପଣ ମେଣ୍ଟାଈ ଥାଆନ୍ତି। 200ସହ ବର୍ଷ ପୁରୁଣା ଵୃକ୍ଷ ହେଇଥିବା ରୁ ତାର କିଛି ଅଂଶ ଭାଙ୍ଗି ଗଲାଣି। ସେଥିପାଇଁ ବାବା ବଟକେଶ୍ଵର ଯୁବ ସଙ୍ଘର ସଦସ୍ୟ ମାନଙ୍କୁ ଗୌରାଙ୍ଗ ଗିରି କିଛି ଗଛ ଲଗେଇବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ କି ପ୍ରତ୍ୟେକ ଲୋକ ଵୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କରିବା ଦରକାର। ତାଙ୍କ କଥାରେ ଅନୁପ୍ରାଣିତ ହୋଇ ସଞ୍ଜୟ ନାୟକ, ଶୁଭମ ରାଉତ, ସୁଜିତ ଗିରି, ରାହୁଲ ପରିଡା, ଉତ୍ତମ ପ୍ରଧାନ, କାହ୍ନlଶଙ୍କର ଜେନା, ଓଁମ ପ୍ରକାଶ ପାତ୍ର, କିରଣ ନାୟକ, ଅଜିତ ଗିରି, ହରିଶକୁମାର ରାଉତ, ଜଗନ୍ନାଥ ନାୟକ, ସୁଧୀର ପାତ୍ର, ଦିବ୍ୟଜୋତି ରାଉତ, ବିଜୟ ପ୍ରଧାନ, ଭାବନି ଶଙ୍କର ପାତ୍ର, ଜ୍ଞାନରଞ୍ଜନ ରାଉତ,ପ୍ରିତମ ଗିରି, ଦେବପ୍ରସାଦ ପାତ୍ର, ଲଷ୍ମୀଧର ବିଶ୍ଵାଳ,ବିନୟ କୃଷ୍ଣ ଗିରି,ସାଇ କୃଷ୍ଣ ବେହେରା, ମାନସ ପାତ୍ର, ଶିବ ପ୍ରସାଦ ପାତ୍ର ଓ ବହୁ ଯୁବକ ଓ ବହୁ କୁନି କୁନି ପିଲା ମାନେ ଆଗକୁ ଆସିଥିଲେ। ପଡ଼ିଆର ପାଖ ଦେଇ ପାର୍ବତୀ ନଦୀର ବନ୍ଧ ଉପରେ ବହୁ କିସମର ଗଛ ରୋପଣ କରିଥିଲେ। ଗୌରାଙ୍ଗ ଗିରି ଓ ପିଲା ମାନଙ୍କର ଏଭଳି କାର୍ଯ୍ୟକୁ ବହୁ ବୁଦ୍ଧି ଯିବି ପ୍ରଶଂସା କରିଥିଲ । ଆଗକୁ କିଭଳି ଅଧିକ ଵୃକ୍ଷ ରୋପଣ ହୋଇପାରିବ ସେଥିପାଇଁ ମଧ୍ୟ ପରାମର୍ଶ ଦେଇ ଥିଲେ।