ବଟବୃକ୍ଷ ବୟସ୍କ ମହାସଂଘ ର ବାର୍ଷିକୋତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୂର୍ବାହ୍ନରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଉଛୁପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚକ୍ରକୁଦ ଠାରେ ବଟବୃକ୍ଷ ବୟସ୍କ ମହାସଂଘର ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅନୁଷୟା ମହାନ୍ତି, ହେଲ୍ପଏଜ ଇଣ୍ଡିଆର ମୁଖ୍ୟ ଭାରତୀ ଚକ୍ର,ପ୍ରକଳ୍ପ ଅଧିକାରୀ ଶ୍ରୀକାନ୍ତ ରାୟ, ଉଛୁପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେଶ ଚନ୍ଦ୍ର ମଙ୍ଗରାଜ,ନୂଆସନ୍ଥ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ସ୍ବାଇଁ,ସମିତି ସଭ୍ୟ ଦୁର୍ଗା ପ୍ରସାଦ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।ମହାସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ସ୍ବାଇଁ ବାର୍ଷିକ ବୀବରଣୀ ପାଠ କରିଥିଲେ।ଦେବେନ୍ଦ୍ର ନାଥ ମିଶ୍ର ଓ ଅଶୋକ କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ।ଅତିଥିମାନେ ବୟସ୍କ ନାଗରିକ ମାନଙ୍କ ପାଇଁ ସରକାର ପ୍ରଣୟନ କରୁଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ମିନତି ପ୍ରଧାନ ଓ ଗାୟତ୍ରୀ ଆଳୁକଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ହେଲ୍ପଏଜ ଇଣ୍ଡିଆର ରାଜ୍ୟ କାର୍ଯ୍ୟକାରୀ ପରିଚାଳକ ରଞ୍ଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ