ବଟି ଆଦାୟକୁ କେନ୍ଦ୍ରକରି ଗଣ୍ଡଗୋଳ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପିରିପୁର ଗ୍ରାମରେ ବଟିଆଦାୟକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଥିବା ଜଣାଯାଇଛି । ଗାଁରାସ୍ତା ଦେଇ ଏକ କାର ଯାଉଥିବାବେଳେ ଏହାକୁ ଅଟକାଇ କିଛି ବ୍ୟକ୍ତି ବଟି ଆଦାୟ କରୁଥିଲେ । ଉକ୍ତ ଘଟଣାକୁ ଗ୍ରାମର ରବିନ୍ଦ୍ର ନାୟକ ପ୍ରତିବାଦ କରିବାରୁ କାର ଅଟକାଇଥିବା ବ୍ୟକ୍ତିମାନେ ତାଙ୍କ ପରିବାରକୁ ଗାଳିଗୁଲଜ ଓ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ରବିନ୍ଦ୍ର ନାୟକ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ବିନୋଦ ବାରିକ, ଗୌରାଙ୍ଗ ସାହୁ, ଗୋପିନାଥ ସାହୁ, ପର୍ଶୁରାମ ସାହୁ, କରୁଣାକର ସାହୁ, ଆଲୋକ ସାହୁଙ୍କ ନାମରେ ୨୧୨/୨୦ରେ ମାମଲା ଋଜୁ ହୋଇଛି । ଏହାସହିତ ଗୌରାଙ୍ଗ ସାହୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।