ବଡଆର୍ଯ୍ୟପଲ୍ଲୀ ଗ୍ରାମର ଦୁଇ ଶ୍ରମିକଙ୍କୁ ଆକ୍ରମଣ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ବଡଆର୍ଯ୍ୟପଲ୍ଲୀ ଗ୍ରାମର ଦୁଇ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ସେହିଗ୍ରାମର ଅନ୍ୟ କେତେକ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଗୋପାଳପୁର ବନ୍ଦରର ରୋପ୍ମେନ୍ ଶ୍ରମିକ ଡବ୍ଲୁ.ଲାଛେୟା ଓ ଡବ୍ଲୁ.ସୋମେୟା ବୋଲି ଜଣାପଡିଛି । ମଙ୍ଗଳବାର ରାତିରୁ ହିଁ ଗୁରୁତର ଆହାତ ହୋଇଥିବା ଦୁଇ ଶ୍ରମିକ ଛତ୍ରପୁର ହ୍ସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେମାନେ କହିବାନୁସାରେ ମଙ୍ଗଳବାର ରାତିରେ ଗୋପାଳପୁର ବନ୍ଦରରୁ କାମ ସାରି ଫେରୁଥିବା ବେଳେ ବଡଆର୍ଯ୍ୟପଲ୍ଲୀ ଗ୍ରାମର ଆର୍.ଇଶ୍ୱାର, ଜି.ମୋହନ, ବି.ସିମାଞ୍ଚଳ, ଏସ୍.ମହେଶ୍ୱର ଏବଂ ମୋହନ ରାଓ ସେମାନଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଚୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସଂକ୍ରାନ୍ତରେ ଆହତ ଶ୍ରମିକମାନଙ୍କ ଅଭିଯୋଗ କ୍ରମେ ସାମୁଦ୍ରିକ ଥାନାରେ ୧୬/୨୦୧୯ ରେ ଏକ ମାମଲା ରୁଜୁ ହୋଇଛି ।