ବଡକୋଦଣ୍ଡାରେ ପାଗଳ ହନୁ ଆତଙ୍କ, ଗ୍ରାମବାସୀ କାବୁ କଲେ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବଡକୋଦଣ୍ଡା ଶିବ ମନ୍ଦିର ସାହି ରେ ଗୋଟିଏ ପାଗଳ ହନୁ ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିଲା ହନୁଟି ପାଗଳ ହୋଇଯାଇଥିବାରୁ ତାହାକୁ ହନୁ ଦଳ ପାଖ ମଡାଉ ନଥିଲେ ,ହନୁଟି ମଧ୍ୟ ଶିବ ମନ୍ଦିର ପ୍ରଙ୍ଗଣ କାକପୋଇ ଗଛରେ ରହି ଆତଙ୍କରାଜ ସୃଷ୍ଟି କରୁଥିଲା କାହାକୁ ଗୋଡାଇ କାମୁଡୁଥିଲା ତ କାହାର ସାଇକେଲ, ମୋଟର ସାଇକେଲ ଆଦିକୁ ଧକ୍କା ମାରି ତଳେ ପକାଇ ଦେଉଥିଲା ମନ୍ଦିର କୁ ଆସୁଥିବା ଭକ୍ତ ତଥା ସନ୍ନିକଟସ୍ଥ ପଞ୍ଚାୟତ ଅଫିସକୁ ଆସୁଥିବା ଲୋକମାନେ ଓ ମନ୍ଦିର ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀମାନେ ଭୟଭୀତ ହୋଇ ରହୁଥିଲେ ଗତକାଲି ସନ୍ଧ୍ୟାରେ ଶିବ ମନ୍ଦିର ମଧ୍ୟରେ ପ୍ରବେଶ କରି ପୂଜକ ତ୍ରିଲୋଚନ ରଣା ସନ୍ଧ୍ୟା ଧୂପ ଦେବାକୁ ଯାଉଥିବା ସମୟରେ ହନୁଟି ତାଙ୍କୁ ଆକ୍ରମଣ କରି କାମୁଡି ପାକାଇଥିଲା ପୂଜକ ଜଣକ କୌଣସି ପ୍ରକାରେ ସାହସ ଜୁଟାଇ ମନ୍ଦିର ବାହାରକୁ ଆସିବା ସହ ମନ୍ଦିର ଗ୍ରିଲ ବନ୍ଦ କରି ହନୁଟିକୁ ମନ୍ଦିର ଭିତରେ ରଖିବାକୁ ସକ୍ଷମ ହୋଇଥିଲେ ପରେ ଲୋକମାନେ ସେଠାରେ ପହଞ୍ଚି ପୂଜକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ ଏବଂ ପାଗଳ ହନୁଟିକୁ କାବୁ କରିବା ଯୋଜନା କରିଥିଲେ ହନୁଟିକୁ ଗ୍ରୀଲ ବାହାରୁ କଦଳୀ ଦେବାରୁ ସେ ହାତ ବଢ଼ାଇ ନେବା ବେଳେ କିଛି ଗ୍ରାମବାସୀ ସାହାସର ସହ ହନୁର ହାତ ଓ ଗୋଡ କୁ ଧରି ବାନ୍ଧିବାରେ ସକ୍ଷମ ହୋଇଥିଲେ ପରେ ଫରେଷ୍ଟ ଅଫିସର କର୍ମଚାରୀମାନଙ୍କ ଖବର ଦିଆଯିବାରୁ ସେମାନେ ପହଞ୍ଚି ପାଗଳ ହନୁଟିକୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରି ନେଇଥିଲେ ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଚି କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ