ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ସମ୍ବର୍ଦ୍ଧନା ସଭା ସହ ଶିକ୍ଷକ/ଶିକ୍ଷୟିତ୍ରୀ ସମ୍ମିଳନୀ ଓ ପୋଷାକ ବିତରଣ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ବଡକୋଦଣ୍ଡା କ୍ଳଷ୍ଟର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିକ୍ଷକ,ଶିକ୍ଷୟିତ୍ରୀ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ା ଏଥିରେ ବି.ଇ.ଓ ଏସ୍. ଧନଞ୍ଜୟ ସଭାପତିତ୍ବ କରିବା ସହ ପ୍ରତ୍ୟେକ ଶିକ୍ଷକ,ଶିକ୍ଷୟିତ୍ରୀ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବାସହ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ନିମିତ୍ତ ପ୍ରଧାନ ଶିକ୍ଷକମାନଙ୍କୁ ସହଯୋଗ କରି ଏକାଠି ଚଳିବାକୁ ପରାମର୍ଶ ପ୍ରଦାନ କରିଥିଲେ ା ସମ୍ମାନିତ ଅତିଥି ରୂପେ ଏ.ବି.ଇ.ଓ ଜଗବନ୍ଧୁ ଜେନା ଯୋଗ ଦେଇ ଶିକ୍ଷକତା ପରି ଦ୍ବିତୀୟ ବୃତ୍ତି ନାହିଁ ଏଣୁ ସମସ୍ତେ ରାଷ୍ଟ୍ର ନିର୍ମାଣର ଏହି ଗୁରୁ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବା ଉପସ୍ଥିତ ସମସ୍ତଙ୍କୁ ବକ୍ତବ୍ୟ ପ୍ରଦାନ କରିବା ସହ ସ୍କୁଲରେ ନ୍ୟୁଟ୍ରିସନ ଗାଡେନ ସହ ମୋ ସ୍କୁଲ ଯୋଜନାର କିପରି ସଫଳ ରୂପାୟନ ହେବ ସେ ବିଷୟରେ ବର୍ଣ୍ଣନା କରିଥିଲେ ା ମୋ ସ୍କୁଲ ଅଭିଯାନ ବ୍ଳକ ନୋଡାଲ ଅଫିସର ତଥା ଏହି ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ମୋ ସ୍କୁଲ ଯୋଜନାର ପ୍ରାସଙ୍ଗିତା ବର୍ଣ୍ଣନା କରିବା ସହ,ଏହି ଯୋଜନାରେ କିପରି ପୋଷ୍ୟ ସ୍କୁଲ ଗ୍ରହଣ କରାଯାଇ ଆଲୁମିନ ମାନଙ୍କ ସହଯୋଗରେ ବିଦ୍ୟାଳୟରେ ପରିବର୍ତ୍ତନ ଅଣାଯିବ ବର୍ଣ୍ଣନା କରିବା ସହ ଆଜି ପର୍ଯ୍ୟନ୍ତ ଏହି କ୍ଳଷ୍ଟରରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋ ସ୍କୁଲ ଅଭିଯାନ ନିମିତ୍ତ ଛଅ ଲକ୍ଷ ପଇଁତିରିଶି ହଜାର ସାତଶହ ଛୟାନବେ ଟଙ୍କାର ପ୍ରୋଜେକ୍ଟ ପ୍ରପୋଜାଲ ଦେଇଥିବା ହେତୁ ସମସ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ାବଡକୋଦଣ୍ଡା ସରପଞ୍ଚ ଶ୍ରୀମତୀ ଝୁନୁ ସେଠୀ, ଭଞ୍ଜନଗର ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ପଣ୍ଡା, ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ଦାୟିତ୍ବ ବିଷୟରେ ଆଲୋଚନା କରିଥିଲେ ା ଅନ୍ୟତମ ବିଶିଷ୍ଟ ଅତିଥି ରୂପେ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା, ବଡକୋଦଣ୍ଡା କ୍ଳଷ୍ଟର ପୂର୍ବତନ ସି.ଆର୍.ସି.ସି ଜୋତ୍ସ୍ନାଦେବୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ ା ଏହି ଅବସରରେ ନୂତନ ରୂପେ ଏ.ବି.ଇ.ଓ ଦାୟିତ୍ବ ଗ୍ରହଣ କରିଥିବା ଜଗବନ୍ଧୁ ଜେନା ଙ୍କ ସମେତ ସମସ୍ତ ଅତିଥିଙ୍କୁ କ୍ଳଷ୍ଟର ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ା ସି.ଆର୍.ସି.ସି ମୋହନ ସାହୁ ସଭାଟିକୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଗଣେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ା କାର୍ଯ୍ୟକ୍ରମରେ କ୍ଳଷ୍ଟର ଏଗାରଟି ସ୍କୁଲରୁ ଷାଠିଏରୁ ଉର୍ଦ୍ଧ୍ବ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ା ଏହି ଅବସରରେ ଜବାହର ନୋଡଲ ଉଚ୍ଚ ବିଦ୍ୟାଳୟ ତରଫରୁ ପିଲାଙ୍କୁ ସରକାରୀ ନିୟମ ପ୍ରକାରେ ଏକ ହଳ ପୋଷାକ ସହିତ ଜୋତା ଏବଂ ମୋଜା ବଣ୍ଟନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ