ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟରେ ” ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ” ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ” ଆମ ସଂସ୍କୃତି ଆମ ଖେଳନା ୨୦୨୩ ” କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଏବିଇଓ ଜଗବନ୍ଧୁ ଜେନା ଯୋଗ ଦେଇ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ,କଳାକାର, କାରିଗରମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ସମ୍ମାନିତ ଅତିଥିରୂପେ ଅବସରପ୍ରାପ୍ତ ସ୍ଥଳ ସେନା ସୁବେଦାର ସୁଶାନ୍ତ କୁମାର ନାୟକ,ବଡକୋଦଣ୍ଡାର ଚିତ୍ର,ସଙ୍ଗୀତ ତଥା ମୂର୍ତ୍ତୀ କାରିଗର ସୁରେନ୍ଦ୍ର ପ୍ରଧାନ, କୁମ୍ଭ କାରିଗର ଶିବରାମ ବେହେରା, କଣ୍ଢେଇ ନୃତ୍ୟ କଳାକାର ଗୋପାଳ କୃଷ୍ଣ ସ୍ବାଇଁ, ପଶୁମୁଖା ଶିଳ୍ପୀ ମଳୟ ବେହେରା,ବାହାଡାପଦର ଗ୍ରାମର କାଷ୍ଠ କାରିଗର ପପୁନି ବିଷୋୟୀ,ତ୍ରିଲୋଚନ ଦାସ,ଅଶୋକ କୁମାର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ ସି.ଆର୍.ସି.ସି ମୋହନ ସାହୁ,ତ୍ରିନାଥ ବେହେରା,ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ ଓଡିଶାର ଚାଲିଚଳଣି ତଥା ସଂସ୍କୃତିକୁ ଭିତ୍ତି କରି ଅଂଶଗ୍ରହଣକାରୀମାନେ ନାନା ଚିତ୍ର,ମୃତ୍ତିକା କଣ୍ଢେଇ,କାଠ, ରଙ୍ଗିନ୍ କାଗଜ ଆଦିରେ ନାନା ଉପକରଣ ତଥା ନାନା ବର୍ଜ୍ୟବସ୍ତୁରୁ ପିଲାଙ୍କୁ ଆକୃଷ୍ଟ କଲାପରି ଏବଂ ଶିକ୍ଷାଦାନରେ ବ୍ୟବହାର ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ସହ ରଙ୍ଗ ଦେଇ ପ୍ରଦର୍ଶନ କରିଥିଲେ ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ