ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ଚଉସ୍ତରୀତମ ବନ ମହୋତ୍ସବ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ଚଉସ୍ତରୀତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗରର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୃତିବାସ ବିଶ୍ବାଳ,ଉପଦେଷ୍ଟା ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୂଳପାଣି ଶତପଥୀ, ଉପଦେଷ୍ଟା ମନୁନନ୍ଦ ପତି,ଉପଦେଷ୍ଚା ଜଗବନ୍ଧୁ ଜେନା ,ସଂପାଦକ ତଥା ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା,କୋଷାଧ୍ଯକ୍ଷ ତ୍ରିନାଥ ବେହେରା,ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ,ବରିଷ୍ଠ ସଦସ୍ୟ ରବିନାରାୟଣ ମହାନ୍ତି, ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ ପ୍ରମୁଖଙ୍କ ସମେତ କେନ୍ଦ୍ରୀୟ ବନାଞ୍ଚଳ ଭଞ୍ଜନଗର ସେକ୍ସନର କର୍ମଚାରୀମାନେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ନିମିତ୍ତ ସଚେତନ କରାଇବା ସହ ବିଦ୍ୟାଳୟ ପରିସରରେ ବଉଳ,ନିମ୍ବ,ଶାଳ,ଶାଗୁଆନ୍ ଆଦି ବହୁ ଉପାଦେୟ ବୃକ୍ଷ ସବୁକୁ ରୋପଣ କରିଥିଲେ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ ଜବାହାର ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଅଣ ଶୈକ୍ଷିକ କର୍ମଚାରୀବୃନ୍ଦ ପରିଚାଳନା କରିଥିଲେ କାର୍ଯ୍ୟକ୍ରମ ଶେଷରେ ବନବନ୍ଧୁ ଅନୁପମ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ