ବଡକୋଦଣ୍ଡl ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଉତ୍ସବ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡl ଠାରେ ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ୱlବଧାନରେ ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଆନୁଷ୍ଠାନିକ ଭାବେ କ୍ରୀଡାଉତ୍ସବକୁ ଉଦଘାଟନ କରିଥିଲେ l ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତଙ୍କ ଠାରୁ ଅଭିବାଦନ ଗ୍ରହଣ ପରେ ନିଜର ବକ୍ତବ୍ୟ ରଖି ଛାତ୍ରଛାତ୍ରୀଙ୍କୁ ଉତ୍ସlହିତ କରିଥିଲେ l କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ବେହେରା ଓ ଶାନ୍ତିଲତା ପ୍ରଧାନ କ୍ରୀଡା ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଅନିମା ମିଶ୍ର, ପୁଷ୍ପାଞ୍ଜଳି ସ୍ୱାଇଁ, ସlଜନ ସ୍ୱାଇଁ, ରଶ୍ମିତା ସାହୁ, ମୋହନ ସାହୁ, ରାଜଶ୍ରୀ ପଟ୍ଟନାୟକ, ନୀଳାଞ୍ଚଳ ପ୍ରଧାନ, ଗୀତାଞ୍ଜଳି ମଳିକ, ବାଳକୃଷ୍ଣ ପାତ୍ର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଦୁଇଦିନ ଧରି ଚାଲୁଥିବା କ୍ରୀଡା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ