ବଡଖାନାର ଆୟୋଜନ କଲେ ଜିଲ୍ଲାପାଳ  

ପାରଳାଖେମୁଣ୍ଡି,   (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ଠାରେ ବଡଖାନାର ଆୟୋଜନ ହୋଇଥିବାର ଜଣାପଡିଛି । ଏହା ଖାନାର ଆୟୋଜନ ଖୋଦ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କରିଥିବା ବେଳେ ନିଜେ ଉପସ୍ଥିତ ରହି ସଫେଇ କର୍ମଚାରୀଙ୍କୁ ନିଜେ ଖାଇବାକୁ ବାଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ସହ ସେମାନଙ୍କ ସୁବିଧା ଓ ସମସ୍ୟା ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହ ସହର ପରିଚ୍ଛନ୍ନତା ଓ ପରିମଳ ଆଦିକୁ ଏହି ସଫେଇ କର୍ମଚାରୀମାନେ ଦୈନନ୍ଦିନ କୌଣସି ଅସୁବିଧାରେ ଥିଲେ ମଧ୍ୟ ସଫାସୁତୁରା କାମରେ କୌଣସି ବାଧାବିଘ୍ନ ନ ଘଟାଇ କରୁଥିବାକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ । ଏପରି ନିଜ ନିଜର କର୍ତ୍ତ୍ୟବ୍ୟ ନିଷ୍ଠା ପ୍ରତିପାଦନ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ । ଉକ୍ତ ବଡଖାନା ବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଦାୟିତ୍ବରେ ଥିବା ପୌରପରିଷଦର ନିର୍ବାହୀ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଜୁବୁଲୀଚରଣ ବେହେରା ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ପୌରପରିଷଦର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ପଣ୍ଡା, ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ, ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଓ ଅନ୍ୟାନ୍ୟ  ଅଧିକାରୀମାନଙ୍କ ସହ ମିଳିମିଶି ଖାଇବା ଏବଂ ବାର୍ତ୍ତାଳପକୁ ନେଇ ସଫେଇ କର୍ମଚାରୀମାନେ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ଏପରି ଦିନକୁ କେବେ ବି ଭୁଲିହେବନି ବୋଲି ଖୁସିଜାହିର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ