ବଡଖେମୁଣ୍ଡି ରାଜ ପୁରୋହିତ ଶତାୟୁ ପଣ୍ଡିତ ଚିନ୍ତାମଣି ରଥଙ୍କ ପରଲୋକ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ ):ଗଞ୍ଜାମ ଜିଲ୍ଲା ବଡଖେମୁଣ୍ଡି ରାଜ ପୁରୋହିତ ଶତାୟୁ ପଣ୍ଡିତ ଶ୍ରୀ ଚିନ୍ତାମଣି ରଥଙ୍କ ଶୁକ୍ରବାର ରାତ୍ର ସାଢ଼େ ୮ ଘଣ୍ଟା ସମୟରେ ଦିଗପହଣ୍ଡି ନୂଆସାହି ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ପ୍ରାଣତ୍ୟାଗ କରିଥିବା ଜଣାପଡ଼ିଛି । ଶ୍ରୀ ରଥ ଦିଗପହଣ୍ଡି ବଜାର ସାହି ସ୍ଥିତ ବଡଖେମୁଣ୍ଡି ରାଜନଗର ରାଜ ପରିବାରର ଜଣେ ପୁରୋହିତ ଏବଂ ଅବସରପ୍ରାପ୍ତ ଶିକ୍ଷକ ଭାବେ ଜଣାଶୁଣା ଥିଲେ । ସେ ଜଣେ , ଧାର୍ମିକ , ପରୋପକାରୀ , ମିଷ୍ଟଭାଷୀ ଓ ଶାନ୍ତ ସ୍ଵଭାବ ମଣିଷ ତଥା ପଣ୍ଡିତ ଭାବେ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କରି ଏଭଳି ଦୁଃଖଦ ବିୟୋଗ ଖବର ପ୍ରଚାରିତ ହେବାପରେ ଆଖପାଖ ଅଞ୍ଚଳର ଓ ସମ୍ପର୍କୀୟ ଲୋକମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସ୍ବର୍ଗତ ରଥ ବରିଷ୍ଠ ଆଇନଜୀବି ତଥା ସାମ୍ବାଦିକ ହରପ୍ରସାଦ ରଥଙ୍କ ପିତା ବୋଲି ଜଣାପଡିଛି । ତେବେ ତାଙ୍କର ୫ ପୁଅ ଓ ୫ ଝିଅ ରହିଥିବା ବେଳେ ଗତ ୨ ବର୍ଷ ତଳେ ସ୍ତ୍ରୀ ଓ ଗତବର୍ଷ କରୋନାରେ ମଝିଆ ପୁଅଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ମୃତ୍ୟୁଶଯ୍ଯା ନିକଟରେ ଅନ୍ୟ ୪ ପୁଅ , ୫ ବୋହୂ , ଝିଅ , ଜ୍ବାଇଁ ଓ ନାତିନାତୁଣୀ ଉପସ୍ଥିତ ରହିଥିଲେ । ଏଥିସହ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରୀ ରଥଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ । ଶେଷରେ ଶୋକାକୁଳ ପରିବେଶ ମଧ୍ୟରେ ହାଟତୋଟା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ