ବଡଗଡ଼ ମଣ୍ଡଳରେ ବିଜେପିର ପ୍ରବାସ କାର୍ଯ୍ୟକ୍ରମ
ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ବଡଗଡ଼ ମଣ୍ଡଳର ଭାଗବନପୁର ପଞ୍ଚାୟତ ର ମା ପଦରାଇଶୁଣି ଙ୍କ ଦେବୀ ପୀଠ ଠାରେ ବିଜେପି ପ୍ରବାସ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି ବୈଠକ ରେ ମଣ୍ଡଳ ସଭାପତି ରାଧା ମୋହନ ସ୍ଵାଇଁ ସଭାପତି ଭାବେ ଓ ମଣ୍ଡଳ ପ୍ରଭାରୀ ଶ୍ରୀ ପ୍ରଦୀପ ପତ୍ରି ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଘୁମୁସର ଜିଲ୍ଲା ଉପସଭାପତି ରଞ୍ଜନ ରାଉତ ଅନ୍ୟ ମଣ୍ଡଳର ସଭାପତି ବୁଲୁସ୍ବାଇଁ , ଭଗବାନ ମୁନି ,ଶିବ ଦିଗାଲ , ଭି ଜଗଦୀଶ ରାଜୁ, ଆଇ ଟି ସେଲ କର୍ଡିନେଟର ଲିଟୁ କୁମାର ବିଷୋୟୀ ସମେତ ଯୋଗ ଦେଇଥିଲେ । ଏଥିରେ ମଣ୍ଡଳ ପ୍ରଭାରୀ ପ୍ରଦୀପ ପତ୍ରି ମଣ୍ଡଳର ୬୨ଜଣିଆ କମିଟି କୁ ତଦାରଖ କରିବା ସହ ୭ ଟି ପଞ୍ଚାୟତ ର ତ୍ରିଦେଵ କମିଟି କୁ ମଧ୍ୟ ତଦାରଖ କଲେ ଓ ଆଗକୁ କିପରି ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ ସେ ଉପରେ କର୍ମୀ ମାନଙ୍କୁ ସନ୍ଦେଶ ଦେଇଥିଲେ।