ବଡଗଡ ପୁଲିସ ର ଫ୍ଲାଗ ମାର୍ଚ

ଆଗକୁ ନିର୍ବାଚନ। ପ୍ରତେକ ଜାଗାରେ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ର ସହ ସମାପାନ ପାଇଁ ପ୍ରଶାସନ ତରଫରୁ ମଧ୍ୟ ପ୍ରସ୍ତୁତି ଜୋରଧରଚି। ନିର୍ବାଚନ କମିଶନ ଙ୍କ ଆଦର୍ଶ ଆଚରଣ ବିଧି କୁ ପାଳନ କରିବା ପାଇଁ ପୁଲିସ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଜାଗା ଜାଗାରେ ହଊଚି ଫ୍ଲାଗ ମାର୍ଚ। ଅପରାଧିକ କାର‌୍ୟ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଛି ବଡଗଡ ପୁଲିସ। ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଇଲାକାର ଗାଙ୍ଗପୁର ଓ ବଡଗଡ ଅଞ୍ଚଳରେ ବଡଗଡ ପୁଲିସ ତରଫରୁ ଫ୍ଲାଗ ମାର୍ଚ କରାଯାଇଛି। ବଡଗଡ ଥାନା ଡେପୁଟି ଏସ॰ପି(ପ୍ରୋବସନ) ଦେବଜ୍ୟୋତି ଦାଶ ଙ୍କ ତତ୍ବାବଧାନ ରେ ବଡଗଡ ପୁଲିସ ଷ୍ଟାଫ, ଆଇ॰ଆର॰ବି ଷ୍ଟାଫ ପ୍ରମୁଖ ଏହି ଫ୍ଲାଗ ମାର୍ଚ ରେ ଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସାଧାରଣ ଜନତା କୁ ଅପରାଧିକ କାର‌୍ୟ୍ୟକଳାପ ରୁ ରକ୍ଷା କରିବା ସହ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭାବେ ପାଳନ କରିବା ପାଇଁ ପୁଲିସ ତରଫରୁ ପ୍ରଚେଷ୍ଟା ଜାରି ରହିବ ବୋଲି ଡେପୁଟି ଏସପି ପ୍ରୋବସନ ଅଫିସର ଦେବଜ୍ୟୋତି ଦାଶ କହିଛନ୍ତି। ନିର୍ବାଚନ କମିଶନ ଦେଇଥିବା ସମସ୍ତ ନିର୍ଦେଶନାମା କୁ ପୁଲିସ ତରଫରୁ ପାଳନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦେବଜ୍ୟୋତି ଦାଶ କହିଛନ୍ତି।ନିର୍ବାଚନ କୁ ଶୃଙ୍ଖଳିତ କରିବା ସହ ଭୋଟର ମାନଙ୍କୁ ସୁରକ୍ଷା ପ୍ରଦାନ ଓ ନିର୍ଭୟ ରେ ଭୋଟ ଦେବା ପାଇଁ ପୁଲିସ ତରଫରୁ ପ୍ରଚେଷ୍ଟା ଜାରିରହିବ ବୋଲି ବଡଗଡ ପୁଲିସ ତରଫରୁ କୁହାଯାଇଛି। ତେବେ ଅନେକ ସମୟରେ ନିର୍ବାଚନ ବେଳେ ପ୍ରଶାସନ ର ପଦକ୍ଷେପ କୁ ଅଙ୍ଗୁଳି ନିର୍ଦେଶ କରୁଥିବା ସାଧାରଣ ଜନତା ଆଗରେ ପୁଲିସ କିପରି ଆସ୍ଥା ଭଜନ ହୋଇପାରୁଛି ତାହା ଆଗାମୀ ନିର୍ବାଚନ ହିଁ କହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ