ବଡଗଡ ପୋଲିସ ତରଫରୁ ରକ୍ତଦାନ ଶିବିର
ସୋରଡ଼ା, (ଓ୍ୱାଇଏନ୍ଏସ୍): ରାଜ୍ୟରେ ରକ୍ତ ଅଭାବକୁ ପୂରଣ କରିବାକୁ ବଡଗଡ ପୋଲିସ ତରଫରୁ ଶୁକ୍ରବାର କଳିଙ୍ଗ ବଶ୍ୟ ଭବନ ପରିସରରେ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଛି । ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ଵାରା ଆୟୋଜିତ ଏହି ଶିବିରରେ ଆସ୍କା ସାସଂଦ ପ୍ରମିଳା ବିଶୋଈ ବିଧାୟକ ପୂର୍ଣଚନ୍ଦ୍ର ସ୍ଵାଇଁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଭଞ୍ଜନଗର ବ୍ଲଡ଼ ବେଙ୍କ ର ସୁରେନ୍ଦ୍ର ମହାପାତ୍ର ,ଭଗବତ ପାତ୍ର ,ଗଣପତି ପ୍ରଧାନ ,ଇତିଶ୍ରି ତ୍ରିପାଠୀ,ବିପିନୀ କୁମାର ପାଣିଗ୍ରହୀ ,ନାରାୟଣ ବେହେରା , ସିମାଞ୍ଚଳ ସେଠୀ ପ୍ରମୁଖ 7 ଜଣିଆ ଦଳ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ମୋଟ 119 ଜଣ ରକ୍ତଦାନ କରିଥିଲେ। ଥାନାର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।


