ବଡଡାଳିମାରେ ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ରାଇରଙ୍ଗପୁର ,(ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ବ୍ଲକ ଅନ୍ତର୍ଗତ ବଡଡାଳିମା ଠାରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରିୟ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଭାରତୀୟ ଜନତା ଦଳ ପକ୍ଷରୁ ତିରିଂ’ ମଣ୍ଡଳ ଏବଂ ବଡଡାଳିମା ମଣ୍ଡଳ ର କାଯ୍ୟକର୍ତ୍ତା’ଙ୍କୁ ନେଇ ପ୍ରଥମ କାର୍ଯକାରୀଣି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ବୈଠକରେ ଭାରତୀୟ ଜନତା ଦଳର ରାଜ୍ୟ ସଂପାଦକ ନବୀନ ରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାକୁ ଉଦ୍ଭୋଦନ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ଭାବେ ପଞ୍ଚାୟତ ସ୍ତରରେ ବୁଥ କମିଟି ହାସଲ କରାଯାଇ ପାରିବ ଏବଂ ପଞ୍ଚାୟତକୁ ନିଜ ହାତକୁ ଆଣି ହେବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ ତିରିଂ ବ୍ଲକର ସମସ୍ତ ୧୦’ ଟି ପଞ୍ଚାୟତର ପ୍ରଭାରୀ ଏବଂ ସହ ପ୍ରଭାରୀ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ବଡଡାଳିମା ମଣ୍ଡଳ ସଭାପତି ସୁନୀଲ ସାଉଁୟା ଏବଂ ତିରିଂ ମଣ୍ଡଳ ସଭାପତି ଜୟଶଙ୍କର ମହାନ୍ତ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ନବୀନ ରାମ’ଙ୍କ ସହିତ ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ଇଶାନ ମିଶ୍ର,ମହିଳା ମୋର୍ଚ୍ଚା ସଭାନେତ୍ରୀ ମିଥିଲା ଟୁଡୁ, ନୟାଗଡ ପ୍ରଭାରୀ ତଥା ଏସସି ମୋର୍ଚ୍ଚା ସଭାପତି ଗଙ୍ଗାରାମ ପାତ୍ର, ଜିଲ୍ଲା ଏସ୍ଟି ମୋର୍ଚ୍ଚା ସାଧାଣ ସଂପାଦକ ଫାଗୁରାମ ମାର୍ଣ୍ଡି, ସାଂସଦ ପ୍ରତିନିଧି ଦଶରଥ ସିଂ,ବିଧାୟକ ପ୍ରତିନିଧି ରାମରାଇ ହାଁସଦାଃ,ବହଳଦା ବିଧାୟକ ପ୍ରତିନିଧି ହିରନ ବସା, ସୁବାଷ ବେହେରା,ବାସୁଦେବ ମହାପାତ୍ର,ରତିକାନ୍ତ ରାଉତ, ପ୍ରମୁଖ ଉପସ୍ଥିତ ରହିଥିଲେ। ଭାରତୀୟ ଜନତା ଦଳର ଆଦର୍ଶରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି’ଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ତିରିଂ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୪୧’ ଜଣ ବ୍ୟକ୍ତି ଭାରତୀୟ ଜନତା ଦଳରେ ଯୋଗ ଦେଇଥିଲେ। ଶେଷରେ ୨୦’ ନଂ ଜୋନ ର ଜିଲ୍ଲା ପରିଷଦ ସଦସ୍ୟା ସୀମା କାଲୁଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ