ବଡଦୁନ୍ଦୁରେ ଯୁବ ମୁସଲିମ ସଂଗଠନ ଆନୁକୁଲ୍ୟରେ ୧୬ ୟୂନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କରୋନା ମହାମାରୀ ସମୟରେ ବିଭିନ୍ନ ସରକାରୀ କଟକଣା ଯୋଗୁଁ ରକ୍ତଭଣ୍ଡାରରେ ରକ୍ତ ସଂକଟ ଦେଖାଦେଇଛି ।ଜାତି ଧର୍ମ ନିର୍ବିଶେଷରେ ରକ୍ତ ସମସ୍ତଙ୍କର ଦରକାର ।ରକ୍ତ ଚିହ୍ନେନା ହିନ୍ଦୁ, ମୁସଲମାନ,ଶିଖ,ଖ୍ରୀଷ୍ଟିଆନ,ଈସାହୀ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଜାମଦା ବ୍କକର ବଡଦୁନ୍ଦୁର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂଖ୍ୟା ଲଘୁ ସଂପ୍ରଦାୟର ‘ଯୁବ ମୁସଲିମ କମିଟି’ ରକ୍ତ ସଂକଟ ଅବସ୍ଥା ବୁଝି ଗୁରୁବାର ଦିନ ଜାମୁଦା ବ୍ଲକର ବଡୁଦୁନ୍ଦୁ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।ଏହି କାର୍ୟ୍ୟକ୍ରମକୁ ସଂଖ୍ୟା ଲଘୁ ସଂପ୍ରଦାୟର ବିଶିଷ୍ଟ ସମାଜସେବୀ ସଂଜୀବ ବଜୀଉଦାମ ବେଗ,ଏମଡି ସାହିବ,କମଲ ଅହମ୍ମଦ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।୧୬ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଲି ଲେଖା ।ରକ୍ତ ୟୁନିଟ କମ୍ ହେଲେ ମଧ୍ୟ ନିଶ୍ଚିତ ଯେ ମୃତ୍ୟୁ ଯନ୍ତାରେପଡ଼ିଥିବା ରୋଗୀଙ୍କ ଅମୁଲ୍ୟ ଜୀବନ ବଂଚାଇବାରେ ସାହାଯ୍ୟ ନ କରି ପାରିବ କିଏ କହିବ ! ରାଇରଙ୍ଗପୁର ରକ୍ତ ଭଣ୍ଡାରର କର୍ମଚାରୀ ହିମାଂଶୁ ନାଏକ,ଜଳେନ୍ଦ୍ର ନାଥ ରଣା,ବି ଜନ ସାଲ, ଦେବଦତ୍ତ ଗିରି, ଜୟନ୍ତ ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । କାର୍ୟ୍ୟକ୍ରମକୁ ଅନୁଷ୍ଠାନ ର ମୁଖ୍ୟ ଇଂରାଜୀ ରାଜେନ୍ଦ୍ର ବେଗ,ଏମଡି ହାସିବ,କମଲ ଅହମ୍ମଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଯୁବସଂଗଠକ ଅଫଜଲ ବେଗ ଏହି ପୁଣ୍ୟ କାମ ରକ୍ତଦାନ ରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।