ବଡଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କଲା ଭାରତୀୟ ଯବାନ ; ୨ ସନ୍ଦିଗ୍ଧ ଗିରଫ

ଜାମ୍ମୁରେ ଆତଙ୍କବାଦୀ ମାନେ ବଡଧରଣର ହମଲା ଯୋଜନା କରୁଥିବା ବେଳେ ଭାରତୀୟ ଯବାନ ମାନଙ୍କୁ ମିଳିଛି ବଡ ଧରଣର ସଫଳତା । ଏହା ଫଳରେ ଭଣ୍ଡୁର ହୋଇଯାଇଛି ଆତଙ୍କବାଦୀଙ୍କ ଷଡଯନ୍ତ୍ । ଷଡଯନ୍ତ୍ରକୁ ଭଣ୍ଡୁର କରିଛି ଭାରତୀୟ ଯବାନ । ସୂଚନା ଅନୁଯାୟୀ ରତନୁଚକ ଠାରେ ଥିବା ଏକ ସେନା କ୍ୟାମ୍ପ ବିସୟରେ ସବିଶେଷ ତଥ୍ୟ ନିଜର ମୋବାଇଲ କ୍ୟାମେରା ମାଧ୍ୟମରେ ଭିଡିଓ ଉତୋଳନ କରି ୱାଟସଆପ ମାଧ୍ୟମରେ ଭିଡିଓ ଏକ ନମ୍ବର କୁ ପଠାଉଥିବା ସମୟରେ ୨ ସନ୍ଦିଗ୍ଧଙ୍କୁୂ ଗିରଫ କରିଛି ସେନା । ଦୁର୍ବୁତ୍ତଙ୍କ ଠାରୁ ୨ ଟି ହ୍ୟାଣ୍ଡସେଟ ଜବତ କରାଯାଇଥିବା ବେଳେ ମୋବାଇଲରେ ୧୨ ରୁ ଅଧିକ ପାକିସ୍ତାନ ମୋବାଇଲ ନଂ ରହିିଛି । ମଙ୍ଗଳବାର ସଂନ୍ଧ୍ୟାରେ ୨ ଜଣ କ୍ୟାମ୍ପ ନିକଟରେ ବୁଲୁଥିବାର ଦେଖି ସେନାର ଜଣେ ଅଧିକାରୀଙ୍କୁ ଜଣାଇଥô୍ଲେ । ଏହା ପରେ ଯବାନ ମାନେ ପହଞ୍ଚି ୨ ଜଣଙ୍କୁ ଗିରଫ କରିଥିଲେ । ଦୁଇ ସଂନ୍ଦିଗ୍ଧ ଙ୍କୁ ମୀରା ସାହିବସିସ୍ଥ ଜଏଣ୍ଟଇଣ୍ଟୋରଗେସନ ସେଣ୍ଟରରେ ଅଧିକ ପଚାରାଉଚାରା କରାଯାଉଛି । ସେମାନଙ୍କ ଠାରୁ ଭାରତ ଓ ଜାମ୍ମୁ ର ନକ୍ସା ଜବତ କରାଯାଇଛି । ଆତଙ୍କବାଦୀଙ୍କ ବଡଧରଣର ଆକ୍ରମଣକୁ ଭଣ୍ଡୁର କରିଛି ଭାରତୀୟ ସେନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ