ବଡପଙ୍କଳବାଡି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ପୋଲସରା, (ଅନିଲ କୁମାର ମହାରଣା) : ଆମ ଓଡିଆ ନବୀନ ଓଡ଼ିଶା ମାଧ୍ୟମରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକଟି ପଞ୍ଚାୟତରେ ବିକାଶର ମଡେଲ୍ ଦେଖିବାକୁ ମିଳୁଛି ।ଏନେଇ ରବିବାର ବଡପଙ୍କଳବାଡି ପଞ୍ଚାୟତ ନିକଟସ୍ଥ ପଡ଼ିଆ ଠାରେ ପୋଲସରା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆଙ୍କ ଅଧ୍ୟକ୍ଷତାରେ ଏକ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଭାରତୀ ବେହେରା, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ଘନଶ୍ୟାମ ଦାସ, ସିଡିପିଓ ତିଳୋତ୍ତମା ରାଉତ, ସହକାରୀ ଯନ୍ତ୍ରୀ ଏସ. ଶଙ୍କର ନାରାୟଣ ସୁବୁଦ୍ଧି, କବିରାଜ ପ୍ରଧାନ, ବିପିଏମ୍ ଗଙ୍ଗାଧର ମିଶ୍ର, ଜିପିଓ ଆଦିତ୍ୟ ନାୟକ, ଆଇପିଓ ପୁଷ୍ପାପ୍ରିୟା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଗତ ପାଞ୍ଚ ବର୍ଷରେ ବଡପଙ୍କଳବାଡି ପଞ୍ଚାୟତ ବିକାଶର ମାଇଲ୍ ଖୁଣ୍ଟ ଅତିକ୍ରମ କରିଛି । ଏପରିକି କାଳିଆ ଯୋଜନା , ସାମାଜିକ ସୁରକ୍ଷା ଭତ୍ତା, ରେସନ କାର୍ଡ଼ , ମମତା ଯୋଜନା ଓ ପ୍ରତ୍ୟେକ ସାହିକୁ ପକ୍କା ରାସ୍ତା , ଘରକୁ ଘର ପାନୀୟ ଜଳଯୋଗାଣ ସହ ମିଶନ ଶକ୍ତି ମହିଳାଙ୍କ ପାଇଁ ବହୁ ବିକାଶ ମୂଳକ କାର୍ଯ୍ୟ ପ୍ରସ୍ତୁତ କରାଯାଇ ଥିବାନେଇ ବିଧାୟକ ଶ୍ରୀ ସାହୁ ନିଜ ଭାଷଣରେ ପ୍ରକାଶ କରିଛନ୍ତି । ଏହି ଅବସରରେ ବିଶେଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ , ଆଶା କର୍ମୀ , ସ୍ବୟଂସହାୟକ ମହିଳା ଗୋଷ୍ଠୀ ମାନଙ୍କୁ ବିଧାୟକଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହିତ ଦୁଇ ମହିଳା ଗୋଷ୍ଠୀଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଲୋନ ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପିଇଓ ସନ୍ତୋଷ କୁମାର ଦଳେଇ, ଜିଆରଏସ ସିପୁନ କୁମାର ସାହୁ, ବୁଲୁ ବେହେରା ସମେତ ଗ୍ରାମବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ