ବଡପଦା ଗ୍ରାମରେ ହୋଲି ଉତ୍ସବ ଓ ଠାକୁରଙ୍କ ସହର ପରିକ୍ରମା ବେଳେ ଅଣ୍ଡାମାଡରୁ ଉତ୍ତେଜନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)ହୋଲି ଉତ୍ସବ ସହ ଠାକୁର ପରିକ୍ରମା ବେଳେ ଅଣ୍ଡା ମାଡ କଲେ କିଛି ଯୁବକ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ବଡପଦl ଗାଁରେ l ସୂଚନା ପ୍ରକାରେ ଆଜି ହୋଲି ଉତ୍ସବ ସହ ବଡପଦା ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କୁ ଗାଁ ପରିକ୍ରମା କରୁଥିଲେ ଗ୍ରାମବାସୀ l ତେବେ ମୁଖ୍ୟ ବଜାର ରାସ୍ତାରେ ବାଜା ବାଜଣl ସହ ଠାକୁର ପରିକ୍ରମା ଚାଲିଥିବା ବେଳେ ଅଣ୍ଡା ମାଡ କରିଥିଲେ କିଛି ଯୁବକ l ଅଣ୍ଡା ଠାକୁରଙ୍କୁ ବାଜିବା ପରେ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି l ଏହାପରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଗଣ୍ଡଗୋଳରେ କିଛି ବ୍ୟକ୍ରି ଆହତ ହୋଇଥିବା ବେଳେ ଗୋଟିଏ ବାଇକ ଭାଙ୍ଗି ଯାଇଛି l ଖବର ପାଇ ସେରଙ୍ଗ ଥାନା ଓ ଖଜୁରିପଦl ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝାସୁଝା କରୁଛି l ଗାଁରେ ଏବେ ପୋଲିସ ମୁତୟନ ଥିବା ବେଳେ ପରିସ୍ଥିତି ଆହୁରି ଉତେଜନା ପୁର୍ଣ୍ଣ ରହିଛି l ଗଜପତି ପୋଲିସ ପ୍ରଶାସନ ଘଟଣା ଉପରେ ନଜର ରଖିଥିବା ଜଣା ପଡ଼ିଛି l ବଡପଦା ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ