ବଡବଜାର ଥାନାରେ ଏଚ.ଆଇ.ଭି ସଚେତନତା କର୍ମଶାଳା

ବ୍ରହ୍ମପୁର, (ଅନିଲ କୁମାର):“ଅରୁଣା” ସ୍ଵେଛାସେବି ଅନୁଷ୍ଠାନ ବ୍ରହ୍ମପୁର ଏଚ.ଆଇ.ଭି ଏବଂ ଏଡସ ସଚେତନା କାର୍ଯ୍ୟକ୍ରମ ବଡବଜାର ଥାନାରେ କରିଥିଲେ । ଶ୍ରୀ ବାବା ଶଙ୍କର ସ୍ଵରାପ, ଥାନା ଅଧିକାରୀଙ୍କ ପୋରହିତ୍ୟରେ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା, ଅରୁଣା ସ୍ଵେଛାସେବି ଅନୁଷ୍ଠାନର ଲକ୍ଷ୍ୟଭେଦୀ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁନୀଲ କୁମାର ପ୍ରଧାନ ସ୍ଵାଗତ ଭାଷଣ ଦେଇଥିଲେ ଓ ଏହି କର୍ମଶାଳା ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅରୁଣା ସ୍ଵେଛାସେବି ଅନୁଷ୍ଠାନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ଯୋଗ ଦେଇ ଏ ପ୍ରକଳ୍ପର ଦିଗ ଓ ଗଞ୍ଜାମ ଜିଲ୍ଲା ଏଚ.ଆଇ.ଭିର ସ୍ଥିତି ସମ୍ପର୍କରେ ବିଶେଷ ଆଲୋଚନା ଓ ପର୍ଜ୍ୟାଲୋଚନା କରିଥିଲେ । ଏହି ଜିଲ୍ଲାରେ ଏଚ.ଆଇ.ଭି କଣ ପାଇଁ ବୃଦ୍ଧି ହୋଇଥିଲା ଓ ଏହାକୁ କିପରି ରୋକ ଲଗାଯାଇ ପାରିଲା ସେ ସମ୍ବନ୍ଧରେ ବ୍ୟାପକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏଚ.ଆଇ.ଭିକୁ ରୋକିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକତା ଅଛି ବୋଲି ସେ ବର୍ଣ୍ଣନା କରିଥିଲେ । ଶ୍ରୀଯୁକ୍ତ ମିଶ୍ର ଏଚ.ଆଇ.ଭି ପ୍ରତି ବିପଦ ଥିବା ଗୋଷ୍ଟି ବା ସମ୍ବେଦନଶୀଳ ବ୍ୟକ୍ତି ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ ଓ ପୋଲିସ ବିଭାଗ ପକ୍ଷରୁ ସହୋଯୋଗ ଲୋଢିଥିଲେ । ପ୍ରତ୍ୟକ କ୍ଷେତ୍ରରେ ପୋଲିସର ଭୂମିକା ଗୁରୁତ୍ଵପୂର୍ଣ୍ଣ, ଏଣୁ ସମ୍ବେଦନଶୀଳ ଗୋଷ୍ଠୀ ସମ୍ପର୍କରେ ଜାଣିଲେ ଆମ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ଜଣାଇବାକୁ ଅନୁରୋଧ କରିଥିଲେ । ଶ୍ରୀଯୁକ୍ତ ମିଶ୍ର ନିଜର ୩୦ ବର୍ଷର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲା ଏଡସ ବିଭାଗର ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ଦାଶ ଯୋଗ ଦେଇ ଏଚ.ଆଇ.ଭି କିପରି ହୁଏ, କିପରି ହୁଏ ନହିଁ, ଏଚ.ଆଇ.ଭି ଠାରୁ ଆମ୍ଭେମାନେ କିପରି ବଞ୍ଚିପାରିବା ଓ ଏଚ.ଆଇ.ଭି ଗ୍ରସ୍ତ ବ୍ୟକ୍ତିମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ ଦାଶ କହିଥିଲେ ଏଚ.ଆଇ.ଭିକୁ ଜାଣିଲେ ଆମ୍ଭେମାନେ ଏଚ.ଆଇ.ଭିକୁ ଜିଣିବା, ପ୍ରଥମେ ନିଜେ ସଚେତନ ହେବା, ତାପରେ ପରିବାରକୁ, ସମାଜକୁ ସଚେତନ କଲେ ଏହାର ସୁଫଳ ମିଳିବ । ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ନୁହଁ, ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତିର ସୋସିଆଲ ପ୍ଲାଟଫର୍ମ ସହିତ ନିଜେ ଯୋଡି ହୁଅନ୍ତୁ ଓ ଅନ୍ୟମାନଙ୍କୁ ଯୋଡିବାକୁ ଅନୁରୋଧ କରିଥିଲେ । ଦେୟମୁକ୍ତ ନମ୍ବର ୧୦୯୭ କୁ କଲ କରି ସନ୍ଦେହ ଦୂର କରିବାକୁ ଅନୁରୋଧ କରିଥିଲେ ପୋଲିସ ବିଭାଗାର କର୍ମଚାରିମାନଙ୍କର ମନରେ ଥିବା ସନ୍ଦେହ ଦ୍ଵନ୍ଦ କୁ ଶ୍ରୀ ମିଶ୍ର ଓ ଶ୍ରୀ ଦାଶ ଦୂର କରିଥିଲେ । ବଡ ବଜାର ଥାନା ଅଧିକାରୀ ଶ୍ରୀ ବାବା ଶଙ୍କର ସ୍ଵରାପ ନିଜ ବକ୍ତବ୍ୟରେ ସମସ୍ତ ପ୍ରକାଶର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅରୁଣାର ସୁନିଲ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ସ୍ଵାଇଁ ଓ ଅଶୋକ କୁମାର ପାତ୍ର ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ