ବଡବର୍ଚ୍ଚିକୟାଁ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତର ନବନିର୍ମିତ କାର୍ଯ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସରପଞ୍ଚ ବିଷ୍ଣୁ ମୋହନ ଜେନାଙ୍କ ତତ୍ତ୍ୱାବଧାନରେ ନବନିର୍ମିତ କାର୍ଯ୍ୟାଳୟକୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବିଭିନ୍ନ ଗ୍ରାମରୁ ଆସିଥିବା ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଡିଓ ରେବେକା ବିଲୁଙ୍ଗ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗୀତାରାଣୀ ପାଣିଗ୍ରାହୀ, ନାଏବ ସରପଞ୍ଚ ସନ୍ଧ୍ୟାରାଣୀ ମହାନ୍ତି, ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ସଂସ୍ଥାର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତି, ପି.ଏ.ଜି ଅକ୍ଷୟ ପଣ୍ଡାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।