ବଡଭାଇକୁ ସାନଭାଇ ପିଟି ପିଟି ମାରିଦେଲା !

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମରେ ବଡଭାଇକୁ ସାନଭାଇ ପିଟି ପିଟି ମାରିଦେଇଥିବା ଶୁଣା ଯାଇଛି। ବେତାରସିଂ ଗ୍ରାମର ସୂର୍ଯ୍ୟ ନାରାୟଣ ଭୂୟାଁ ଓରଫ ବୁଲୁକୁ ତାର ସାନଭାଇ କୁଲୁ ନୂଆଁ ସାହି କେନାଲ ନିକଟରେ ଭୀଷଣ ଭାବେ ପିରିବାରୁ ବୁଲୁ ଘୋଷାଡି ହୋଇ ଘରକୁ ଯାଉ ଥିବା ବେଳେ ବୁଲୁର ବାପା ପହଞ୍ଚି ଘରକୁ ନେଇଥିଲେ। ଖବର ପାଇ ବୁଗୁଡା ପୋଲିସ ବୁଲୁର ଘରେ ପହଞ୍ଚି ବୁଲୁକୁ ବୁଗୁଡା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ସୂର୍ଯ୍ୟ ଓରଫ ବୁଲୁକୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ସୂର୍ଯ୍ୟର ମର ଶରୀର ଜବତ କରିଥିବା ବେଳେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ଯୋଗୁଁ କେସ ପଞ୍ଜିକୃତ ହୋଇନଥିବା ବୁଗୁଡା ଥାନା ଆଇଆଇସି ପ୍ରକାଶ କରିଛନ୍ତି। ପୋଲିସ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ