ବଡଭାଇ ଆକ୍ରମଣରେ ସାନଭାଇ ଗୁରୁତର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ସରସଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଆନନ୍ଦ ଶାସିନୀଙ୍କ ଦୁଇ ପୁଅଙ୍କ ମଧ୍ୟରେ ଜାଗା ବାଡ଼ିକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିବା ବେଳେ ଏଥିରେ ସାନପୁଅ ଗୁରୁତର ଆହତ ହୋଇଛି । ବଡଭାଇ ପ୍ରବୋଧନନ୍ଦ ଶାସିନୀ ସାନଭାଇ ଜୟଦେବକୁ ମରଣାନ୍ତକ ଆକ୍ରମଣ କରିଛି । ଏଥିରେ ଜୟଦେବଙ୍କ ଛାତି, ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୨୩୮/୨୨ରେ ମାମଲା ରୁଜ୍ଜୁ କରିବା ସହିତ ବଡଭାଇ ପ୍ରବୋଧକୁ ଗିରଫ କରି କୋର୍ଟ ଚାଲାଣ କରିଛି ।