ବଡମହିଷଗୋଠରେ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ସଚେତନତା ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବଡମହିଷଗୋଠ ପଞ୍ଚାୟତରେ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ଆୟୋଜନରେ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ କ୍ରିଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂସ୍ଥାର କର୍ମକର୍ତ୍ତା, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ନିଜ ନିଜ ଅଞ୍ଚଳର ଲୋକ ମାନଙ୍କୁ ହାତ ଧୋଇବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା, ବାହାରେ ଛେପ ନପକାଇବା, ଜନଗହଳି ଠାରୁ ଦୂରେଇ ରହିବା, ପରିବେଶ ପରିସ୍କାର ରଖିବା, ବୃକ୍ଷରୋପଣ କରିବା ବିଷୟରେ ସଚେତନ କରାଯାଇଥିଲା । ଜିପିଟିଏମସି ଉଚ୍ଛେଦ ହୋଇ କ୍ଲଷ୍ଟର ଟିଏମସି ଏବଂ ୧୦ଟି ଶର୍ଯ୍ୟା ଥିବା ଜିପି କୋଭିଡ୍ କେୟାର ହୋମ ସରକାର କରିବା ନିଷ୍ପତ୍ତି ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଘର ଘର ବୁଲି ସର୍ବେକ୍ଷଣରେ କମିଟି ସହଯୋଗ କରିବା, ପ୍ରବାସୀ ମାନଙ୍କୁ ପ୍ରଥମେ କ୍ଲଷ୍ଟର ଟି.ଏମ୍‌.ସିରେ ରଖିବା ଏବଂ ସନ୍ଦେହଜନକ ଲକ୍ଷଣ ଥିବା ଲୋକଙ୍କୁ ସରପଞ୍ଚଙ୍କ ଜରିଆରେ ଜିପି କୋଭିଡ୍ କେୟାର ହୋମରେ ରଖିବା ବ୍ୟବସ୍ଥା କରିବା କାର୍ଯ୍ୟ କମିଟିର ସଭ୍ୟସଭ୍ୟା ମାନେ ମିଳିତ ଭାବେ କରିବାକୁ ନିବେଦନ କରାଯାଇଥିଲା । କାର୍ଯ୍ୟକ୍ରମରେ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ସଂପାଦକ ଗୋପିନାଥ ଦାଶ, ପୂର୍ବତନ ସରପଞ୍ଚ ରବି ନାରାୟଣ ମହାନ୍ତିଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଅଙ୍ଗନୱାଡି, ଆଶା କର୍ମୀ, ଏସ.ଏଚ୍‌.ଜି କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସେହିପରି ବ୍ଲକର ଗୋପିନାଥପୁର, ଅଣିଜୋ, ଚାରିଗାଁ ଆଦି ପଞ୍ଚାୟତରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ