ବଡମାଧପୁର ଗ୍ରାମରେ ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ବଡମାଧପୁର ଶ୍ୟାମକାଳୀ ଯୁବକ ସଂଘ ଓ ନେହୁରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟାରେ ବଡମାଧପୁର ଗ୍ରାମ ଠାରେ ଶୁକ୍ରବାର ବ୍ଲକସ୍ତରୀୟ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ଭଲିବଲ, କବାଡି, ଦୈାଡ, ଜାବଲିଙ୍ଗ, ଲଙ୍ଗଜମ୍ପ, ସଟପୁଟ ଭଳି ବିଭିନ୍ନ ବ୍ୟକ୍ତିଗତ କ୍ରୀଡାରେ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାକୁ ନେହୁରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଅକସୟ ନିପାନେ ଶୁଭାରମ୍ଭ କରିଥିବା ବେଳେ ଅତିଥୀ ଭାବେ ସନ୍ତୋଷ ବେହେରା, ଏସ.ଯୁଧିଷ୍ଠିର ରେଡ୍ଡୀ ଓ ରଘୁନାଥ ବେହେରାଙ୍କ ଯୁବକ ସଂଘର ସଭ୍ୟ ମାନେ ଯୋଗଦେଇଥିଲେ । ନେହୁରୁ ଯୁବ କେନ୍ଦ୍ରର ବ୍ଲକ ସଂଯୋଜକ ଦିଲ୍ଲୀପ ବେହେରା ଯୁବ ଖେଳାଳୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ଉତ୍ସାହିତ କରିଥିଲେ । ଶେଷରେ କୃତୀ ଖେଳାଳୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା ।