ବଡମେଡିକାଲରେ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ସହ ଜରୁରୀକାଳୀନ ଚିକିତ୍ସାରେ ସୁଧାର ଆଣିବା ନେଇ ପ୍ରେସ କ୍ଲବ ବ୍ରହ୍ମପୁର ପକ୍ଷରୁ ଦାବୀପତ୍ର ପ୍ରଦାନ
ବ୍ରହ୍ମପୁର,(ଅନିଲ କୁମାର): ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ/ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି ବହୁ ଜନସାଧାରଣ, ଏଠାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବା ସହିତ ମେଡିକାଲରେ ଥିବା ଜରୁରୀକାଳୀନ ଚିକିତ୍ସା ସେବାରେ ସୁଧାର ଆଣିବା ପାଇଁ ଶନିବାର ଦିନ ବ୍ରହ୍ମପୁର ପ୍ରେସ କ୍ଲବ ଉଦ୍ୟମ କରିଛି, ଏଥି ସହ ନିୟମିତ ଭାବରେ ବରିଷ୍ଠ ଚିକିତ୍ସକଙ୍କୁ ମେଡିକାଲରେ ନିଯୁକ୍ତି ଦେବା ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରେସ କ୍ଲବ ବ୍ରହ୍ମପୁର ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଶନିବାର ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମାଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଓ ପ୍ରେସ କ୍ଲବ ସଦସ୍ୟଙ୍କ ସହିତ ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାଶଙ୍କ ଜରିଆରେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି, ମେଡିକାଲରେ କିପରି ରୋଗୀ ମାନେ ବିଭିନ୍ନ ସମୟରେ ଗୁରୁତ୍ତର ହୋଇ ଆସିବାବେଳ ତାଙ୍କୁ କାଜୁଆଲଟିରେ ଭର୍ତ୍ତୀ କରାଯାଇଥାଏ ସେହି ସମୟରେ ଚିକତ୍ସା ବେଳ ନାନା ସମସ୍ୟାର ସମୁଖିନ ହେବାକୁ ପଡୁଛି, ଏହାର ସମାଧାନ କରିବା ନେଇ ଆଲୋଚନା କରାଯାଇଥିଲା, ଏହାର ସମାଧାନ କରିବା ସହିତ ତୁରନ୍ତ ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଅଧକ୍ଷାଙ୍କ ଅବଗତ କରାଯିବ ସହ ଏହାର ସମାଧାନ କରିବା ନେଇ ଆଲୋଚନା କରିଥିଲେ । ପ୍ରେସ କ୍ଲବର କର୍ମକର୍ତ୍ତା ଏବଂ ସଦସ୍ୟଙ୍କ ସହିତ ଆଲୋଚନା ପରେ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାଶ ଏ ନେଇ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହିତ ଆଲୋଚନା କରାଯାଇ କିପରି କରାଯାଇଥିବା ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ/ଚିକିତ୍ସାଳୟରେ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଅତ୍ୟନ୍ତ ଗୁରୁତ୍ତର ଭାବରେ ଦୃଷ୍ଟି ଦେବାକୁ ବହୁବାର ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବୀ ହେଉଥିଲେ ମଧ୍ୟ ଏଥିରେ ସୁଧାର ଆସିପାରିନାହିଁ, ଶୁକ୍ରବାର ବ୍ରହ୍ମପୁର ସହରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ କନ୍ୟା ୮ମ ଶ୍ରେଣୀର ଛାତ୍ରୀ କୈାଣସି କାର୍ଯ୍ୟରେ ଯାଉଥିବା ସମୟରେ ହଠାତ୍ ମୁଣ୍ଡ ବୁଲାଇ ରାସ୍ତା କଡ଼ରେ ଅଚେତ ହୋଇପଡିଥିବା ବେଳେ ସେ ଗ୍ରୀଷ୍ମ ପ୍ରବାହ କାରଣରୁ ଅଂଶୁଘାତରେ ଶିକାର ହୋଇଥିବା ଆଶଙ୍କା କରି ଯେତେବେଳେ ଏମ୍.କେ.ସି.ଜି ମେଡିକାଲର କାଜୁଆଲଟିରେ ଭର୍ତ୍ତି କରାଇଥିଲେ ସେଠାରେ ଚିକିତ୍ସା ଦାୟିତ୍ବରେ ରହିଥିବା ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ତୁରନ୍ତ ଶିଶୁ ରୋଗ ବିଭାଗକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସେଠାରେ କେହି ଚିକିତ୍ସା କରିବା ତ ଦୂରରେ କଥା ଶିଶୁଟିକୁ ନେବା ପାଇଁ ଷ୍ଟେଚର କିମ୍ବା ବେଟେରୀ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇନଲା, ପରେ ନିଜେ ଝିଅକୁ ଧରି ହୁଇଲ ଚେୟାରରେ ଶିଶୁ ରୋଗ ବିଭାଗକୁ ନେଇଥିଲେ ଗଣମାଧ୍ୟମ ପ୍ରତିନିଧି । ହେଲେ ଶିଶୁ ବିଭାଗର ପରିସ୍ଥିତି ଆହୁରି କଦର୍ଯ୍ୟଥିଲା । ବିଭାଗରେ ରୋଗୀକୁ ଦେଖିବାପାଇଁ କେହି ଡାକ୍ତର ନଥିଲେ ତେଣୁ ସେ ତୁରନ୍ତ ସେଠାରୁ ବାହାରି ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଇଥିଲେ ଏବଂ ଘଟଣା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଭଳି ଘଟଣା ବଡ ମେଡିକାଲରେ ବାରମ୍ୱାର ଘଟୁଥିବା ଯୋଗୁଁ ଏପରି ଘଟଣାରେ ଅନ୍ୟ କେହି ଯେପରି ଭବିଷ୍ୟତରେ ନ ଘଟେ ସେଥିପାଇଁ ତୁରନ୍ତ ଦୃଷ୍ଟି ଦେବା ସହିତ ବ୍ୟବସ୍ଥାରେ ଯେପରି ସୁଧୁର ଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବୀ କରାଯାଇଛି । ଦକ୍ଷିଣ ଓଡ଼ିଶାବାସୀ ଆଶା ଓ ବିଶ୍ବାସ ସହ ଚିକିତ୍ସା ପାଇଁ ଏଠାକୁ ଆସୁଥିବା ବେଳେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଉତ୍ତମ ସେବା ନ ପାଇ ନିରାଶ ହେବାକୁ ପଡୁଥିବା ନିତିଦିନିୟା ଘଟଣା ଘଟିଛି ।
ପୂର୍ବରୁ ବ୍ରହ୍ମପୁର ଏମ୍.କେ.ସି.ଜିର ସମସ୍ୟା ନେଇ ପ୍ରେସ କ୍ଳବ୍ ବ୍ରହ୍ମପୁର ପକ୍ଷରୁ ବହୁବାର ମେଡିକାଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ବ୍ରହ୍ମପୁର ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ମଧ୍ୟ ପୂର୍ବ ସରକାରଙ୍କ ସମୟରେ ମେଡିକାଲ କଲେଜ ଓ ହସପିଟାଲର ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଦିଆ ଯାଇଛି । ଯାହାକି ସେହି ସମୟରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହସ୍ତକ୍ଷେପ ସହିତ ମେଡିକାଲ ସେବାରେ ପରିବର୍ତ୍ତନ ପାଇଁ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ। ଏଣୁ ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବରେ ଗଣମାଧ୍ୟମ ସହରର ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଇ ପୁଣି ଥରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସୂଚନା ଦିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ପ୍ରେସ କ୍ଲବର ସମ୍ପାଦକ ପ୍ରହଲ୍ଲାଦ ସାହୁ , ଉପସଭାପତି ଅଭୟ କୁମାର ପାଢୀ , କୋଷାଧ୍ୟକ୍ଷ ଶିବନାରାୟଣ ପଣ୍ଡା , ଶକ୍ତିଧର ରାଜଗୁରୁ , ସମୀର କୁମାର ଆଚାର୍ଯ୍ୟ , ଆଲୋକ କୁମାର ସାହୁ , ଶିବରାମ ଚୌଧୁରୀ , ସୁଦିପ୍ତ ଷଡଙ୍ଗୀ , ସୀମାଞ୍ଚଳ ସାହୁ , ଲକ୍ଷ୍ମୀ ବେଜ , ଆଶ୍ରୀବାଦ ରାଉତ , ମାନସ ବିଷୋୟୀ , ନାରାୟଣ ମହାଙ୍କୁଡ , ଅମର କୁମାର ଦାଶ , କୈଳାସ ବେହେରା , କିରଣ କୁମାର ମିଶ୍ର , ମନୋଜ କୁମାର ପଣ୍ଡା , ପ୍ରଭଞ୍ଜନ ମିଶ୍ର, ପିଣ୍ଟୁ ବେହେରା , ଅମିତ କୁମାର ସାହୁ ,ସୁଶାନ୍ତ କୁମାର ପଣ୍ଡା , ସ୍ୱାଧିନ କୁମାର ପାତ୍ର ,ଗୌରୀ ଶଙ୍କର ମିଶ୍ର , ବିକ୍ରମ କୁମାର ସାହୁ , ସତ୍ୟଚେତନ ପରିଡ଼ା, ସୁନିର୍ କୁମାର ବିଶ୍ୱାସରାୟଙ୍କ ସମେତ ସହରର ବହୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।


