ବଡମୌଦା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ନେଇ ଗ୍ରିଡ ଅଫିସ ଘେରାଉ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ପ୍ରବଳ ଗୁଳୁଗୁଳି ଓ ଗରମ । ଅସହ୍ୟ ହେଉଛି ଜୀଵନ ଏହି। ଲକ୍ ଡାଉନ୍ ସମୟରେ । ନେସ୍କୋର ମନମାନୀ। ମନଇଛା ଘଣ୍ଟା ଘଣ୍ଟା ବିଜୁଳି କାଟ କରୁଛି ।ଏହାକୁ ନେଇ ବଡମୌଦା ଗ୍ରାମବାସୀଙ୍କ ଅସନ୍ତୋଷ ।ଏଥି ପାଇଁ ମଙ୍ଗଳବାର ଦିନ ସେମାନେ ବଡମୌଦା ଗ୍ରିଡ ଅଫିସ ଘେରାଉ କରିବା ସହ ବିଭିନ୍ନ ସମସ୍ୟା ନେଇ ବିଭାଗୀୟ କତୃପକ୍ଷଙ୍କୁ ଏକ। ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ଦାବି ବଡମୌଦା ସହ ଗ୍ରାମରୁ ଗୁହାଳଡାଙ୍ଗିରି ଗ୍ରାମ ସହ ବିଦ୍ୟୁତ ସଂଯୋଗ କଟାଯାଇ ପଡୋଶୀ ଗ୍ରାମ କୁଲେଇଶିଳା ଗ୍ରାମ ସହିତ ବିଦ୍ୟୁତ୍ ସଂଯୋଗ କରାଗଲେ ବିଦ୍ୟୁତ୍ ନିରବର୍ଛିନ ଯୋଗାଣ ରହିବ ।ଯଦି ଏହି କାର୍ଯ୍ୟ ୭ଦିନ ମଧ୍ୟରେ ପୁରଣ କ୍ରାଇମବ୍ରାଞ୍ଚ ନ ଯାଏ ତାହାହେଲେ ଆଗାମୀ ଦିନରେ। ଆନ୍ଦୋଳନକୁ ଗ୍ରାମବାସୀ ଓହ୍ଲାଇବେ । ସେଥିପାଇଁ ନେସ୍କୋ ଦାୟୀ ରହିବେ । ବିଭାଗୀୟ କତୃପକ୍ଷ ଲିଖିତ ଦାବିପତ୍ର ଗ୍ରହଣ କରିବା ସହ ବିଚାରକୁ ନେଲେ ବୋଲି କହିଥିଲେ ।ଏହି ଆନ୍ଦୋଳନରେ ସୁବାସ ସେଠୀ, ଘନଶ୍ୟାମ ରାଉତ, ପୁରେନ୍ଦ୍ର ମଣ୍ତଳ,ପ୍ରମିତ ମଣ୍ଡଳ,ଋଷିଆ ସର୍ଦ୍ଦାର,ପୁରୁ ମୁଣ୍ଡା ପ୍ରମୁଖ ନେତୃତ୍ବ ନେଇଥିଲେ ।


