ବଡମୌଦା ସଙ୍ଗରୋଧ ଗୃହରେ ପିଡିତାଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କଲେ ଓମ୍ ଶାନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବଡମୌଦା ପଞ୍ଚାୟତର ବଡମୌଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ ଅସ୍ଥାୟୀ ଶିବିର ବ୍ୟବସ୍ଥା କରାଯାଇଛି ।କରୋନାପାଇଁ ବେସାହାରା ଲୋକ, ଅଜଣା,ପାଗଳା,ଅନାଥ,ରୋଗାଗ୍ରସ୍ତ, ଭୂମିହୀନ, ଆଧାର କାର୍ଡ ନଥିବା , ଭୂମିହୀନ ୩୪ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଥଇଥାନ କରାଯାଇଛି ।ବଡମୌଦା ପଞ୍ଚାୟତର ଅଗ୍ରଣୀ ଓମ୍ ଶାନ୍ତି ସ୍ବୟଂ ଗୋଷ୍ଠୀର ସଦସ୍ୟମାନେ ଏବଂ ସମାଜସେବୀ ବିକାଶ ମଣ୍ଡଳ,ପ୍ରମିତ ମଣ୍ଡଳ ଏବଂ ବିରାମ ମାଝୀ ପ୍ରମୁଖ ପଞ୍ଚାୟତରୁ ୩୪ଜଣ ଅସହାୟଙ୍କୁ ଖୋଜି ଖୋଜି ଥଇଥାନ କରିଛନ୍ତି ।ଏପ୍ରିଲ ୮ତାରିଖରୁ ସେମାନଙ୍କୁ ବିଦ୍ୟାଳୟ ପରିସରରେ ରୋଷେଇ କରି ଖୁଆଉଛନ୍ତି । ବୁଧବାର ଦିନ ଯୁବ ସମାଜସେବୀ ଲକ୍ଷ୍ମଣ ଟୁଡୁ ,ଉମେଶ ସାହୁ ପ୍ରମୁଖ ସେଠାରେ ପହଞ୍ଚି ସମସ୍ତଙ୍କୁ ମାଗଣାରେ ମାସ୍କ ପିନ୍ଧାଇ ଥିଲେ ଏବଂ ମାସ୍କର ବ୍ଯବାହାରିକ ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ବୁଝାଇଥିଲେ ।ସାରା ମାନବ ସମାଜ ଏକ କରୋନା ମହାମାରୀରୁ ରକ୍ଷା ପାଇଁ ରାହା ଖୋଜୁଛି । ଏଭଳି ଲକ୍ ଡାଉନ୍ ସମୟରେ ନିଜ ଘର ଓ ପରିବାରର କାମକୁ ପଛ କରି ଓମ୍ ଶାନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଏବଂ ସମାଜସେବୀ ବିକାଶ ମଣ୍ଡଳ,ପ୍ରମିତ ମଣ୍ଡଳ ଏବଂ ବିରାମ ମାଝୀଙ୍କ ସେବା ମନୋବୃତ୍ତିକୁ ଅଂଚଳବାସି ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ