ବଡରମ୍ପାସରୁ ଟ୍ରାକ୍ଟର ଚୋରୀ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରୁ ଗତକାଲି ରାତିରେ କେହି ଦୁର୍ବୁତ ଏକ ଟ୍ରାକ୍ଟର ଚୋରି କରିନେଇଥିବା ଅଭିଯୋଗ ହୋିଛି । ଅଭିଯୋଗ ଅନୁଯାଇ ଗ୍ରାମର ନିରଞ୍ଜନ ସାହୁ ତାଙ୍କ ଟ୍ରାକ୍ଟରଟିକୁ ଗତକାଲି ରାତିରେ ନିଜ ବାଡିରେ ରଖିଥିବାବେଳେ ରାତି ଗୋଟାଏ ବେଳେ ଜଣେ ଦୁର୍ବୁତ ଆସି ଟ୍ରାକ୍ଟର ଟିକୁ ଚୋରି କରିନେଇଥିଲା । ଆଜି ସକାଳୁ ନିରଞ୍ଜନ ଏହା ଜାଣିବାପରେ ସିସିଟିଭି କ୍ୟାମେରା ଦେଖିବା ପରେ ଜଣେ ଯୁବକ ହାପପ୍ୟାଣ୍ଟ ପିନ୍ଧି ରାତି ଗୋଟାଏ ବେଳେ ଟ୍ରାକ୍ଟରଟିକୁ ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏନେଇ ନିରଞ୍ଜନ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ନିସଙ୍ଗପୁର ଗ୍ରାମରୁ ଏକ ବୋଲେରୋ ଓ ଡଅଁର ଗ୍ରାମରୁ ଏକ ପିକ୍ଅପ ଚୋରି ହୋଇଥିବା ବେଳେ ପୁଲିସ ବୋଲେରୋ ଓ ପିକ୍ଅପକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ।


