ବଡରମ୍ପାସରେ କୋଭିଡ ଟୀକାକରଣ ଶିବିର 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଡରମ୍ପାସ ଠାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ଲାନ ଇଣ୍ଡିଆ ଓ  ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବଡରମ୍ପାସ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୧୭୭ଜଣଙ୍କୁ ଟୀକା ପ୍ରଦାନ କରାଯାଇଥିବା ଜଣାଯାଇଛି । ୧୫ରୁ ୧୮ବର୍ଷର ୩୨ଜଣଙ୍କୁ କୋଭାକସିନ, ୧୨ରୁ ୧୪ବର୍ଷର ୮୦ଜଣ ପିଲାଙ୍କୁ କୋର୍ଭେଭାକ ଓ ୧୦ଜଣଙ୍କୁ କୋଭିସିଲ ଟୀକା ଦିଆଯାଇଥିଲା । ସେହିପରି  ୫୫ଜଣଙ୍କୁ ବୁଷ୍ଟର ଡୋଜ ଟୀକା ଦିଆଯାଇ ଥିଲା ।  ସରପଞ୍ଚ ରବିନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ  ସ୍ୱାସ୍ଥ୍ୟକର୍ମୀ ସୁଶାନ୍ତ ଘଡେଇ, ମହିଳା ସ୍ୱାସ୍ଥ୍ୟକର୍ମୀ ରେବତୀ ମୁଦୁଲି, ରାଜଲକ୍ଷ୍ମୀ ସାହୁ, ଓ ବଡରମ୍ପାସର ଆଶାକର୍ମୀ ଏବଂ ପ୍ଲାନ ଇଣ୍ଡିଆର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଲୋକମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ଏହି ଟୀକା ପ୍ରଦାନ କରିଥିଲେ । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର  ବିଡିଏମ ପ୍ରଦୀପ କୁମାର ଦାସ କାର୍ଯ୍ୟକ୍ରମ ତଦାରଖ କରିଥିଲେ ।  ଆସନ୍ତାକାଲି ଠାରୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରରେ ୧୮ବର୍ଷରୁ ଉର୍ଦ୍ଧ ଓ ଦ୍ୱିତୀୟ ଡୋଜର ୬ମାସ ପୁରଣ ହୋଇଥିବା ଲୋକମାନଙ୍କୁ ବୁଷ୍ଟର ଡୋଜ ଟୀକା ଦିଆଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ