ବଡରମ୍ପାସରେ ମହାବୀର ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ଦକ୍ଷିଣସାହିର ମହାବୀର ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜାତ୍ସୋବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ୭ଦିନ ଧରି ଚାଲିବାକୁ ଥିବା ଏହି ପୂଜାତ୍ସୋବ ପାଇଁ ଗତ ୩ତାରିଖରେ କଳଶ ଶୋଭାଯାତ୍ରା କରାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ପଣ୍ଡିିତ ବିଶ୍ୱନାଥ ତ୍ରିପାଠୀ, ମହେନ୍ଦ୍ର କୁମାର ତ୍ରିପାଠୀଙ୍କ ଦ୍ୱାରା ବୈଦିକ ରୀତିନୀତି ମତେ ପୂଜାର୍ଚ୍ଚନା କରାଯାଉଛି । ଶ୍ରୀଧର ସାହୁ, ସ୍ୱଦେଶ ବନ୍ଦିତା ସାହୁ, ଜନ୍ମେଜୟ ବେହେରା, ବିଚିତ୍ର ସାହୁ, ଆଲୋକ ମଣ୍ଡଳ, ରାଜୀବ ଲୋଚନ ସାହୁ, ପାର୍ଥ ସୌରଭ ସା, ବିଚିତ୍ର ବିଶ୍ୱାଳ, ମୁକ୍ତା ବିଶ୍ୱାଳ, ଅମର ସା, ରଙ୍ଗାଧର ଦାସ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଛନ୍ତି । ପୂଜାମଣ୍ଡପକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇ ଥିବାବେଳେ ପ୍ରତିଦିନ ଭଜନ, ପ୍ରବଚନ, ଭଜନ ସନ୍ଧ୍ୟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଉଛି । ଏଥିପାଇଁ ପ୍ରତିଦିନ ଶହ ଶଡ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ହେଉଛି । ୮ତାରିଖ ଭୋର ସମୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ୯ତାରିଖ ଦିନ ପୁର୍ଣ୍ଣାହୁତୀ ଓ ଭଷାଣି ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ