ବଡରମ୍ପାସରେ ମହାବୀର ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜା
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଟଡିହି ବ୍ଲକ ବଡରମ୍ପାସ ଗ୍ରାମର ଦକ୍ଷିଣସାହିର ମହାବୀର ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜାତ୍ସୋବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ୭ଦିନ ଧରି ଚାଲିଥିବା ଏହି ପୂଜାତ୍ସୋବ ପାଇଁ ଗତ ୨୨ତାରିଖରେ କଳଶ ଶୋଭାଯାତ୍ରା କରାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ପଣ୍ଡିିତ ବିଶ୍ୱନାଥ ତ୍ରିପାଠୀ, ମହେନ୍ଦ୍ର କୁମାର ତ୍ରିପାଠୀଙ୍କ ଦ୍ୱାରା ବୈଦିକ ରୀତିନୀତି ମତେ ପୂଜାର୍ଚ୍ଚନା କରାଯାଉଛି । ଶ୍ରୀଧର ସାହୁ, ସ୍ୱଦେଶ ବନ୍ଦିତା ସାହୁ, ଜନ୍ମେଜୟ ବେହେରା, ବିଚିତ୍ର ସାହୁ, ସୌମ୍ୟରଞ୍ଜନ ସାହୁ, ରାଜୀବ ଲୋଚନ ସାହୁ, ପାର୍ଥ ସୌରଭ ସା, ବିଚିତ୍ର ବିଶ୍ୱାଳ, ମୁକ୍ତା ବିଶ୍ୱାଳ, ରଙ୍ଗାଧର ଦା. ଗିରିଧାରୀ ସାହୁ, ମୃ୍ତୁଞ୍ଜୟ ବେହେରା ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଛନ୍ତି । ପୂଜାମଣ୍ଡପକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇ ଥିବାବେଳେ ପ୍ରତିଦିନ ଭଜନ, ପ୍ରବଚନ, ଭଜନ ସନ୍ଧ୍ୟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଉଛି । ଏଥିପାଇଁ ପ୍ରତିଦିନ ଶହ ଶଡ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ହେଉଛି । ଆଜି ଭୋର ସମୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଶ୍ରୀକାନ୍ତ ସାହୁ, ସୁବାସ ସାହୁ, ଓମ ପ୍ରକାଶ ନାୟକ, ଜଗବନ୍ଧୁ ସାହୁ, ନିରଞ୍ଜନ ସାହୁ, ନଗେନ୍ଦ୍ର ପାତ୍ର, ସତ୍ୟଜିତ ବେହେରା, ଚୈତନ୍ୟ ଜେନା, ମନୋରଞ୍ଜନ ଓଝା, ସୌମ୍ୟ ରଞ୍ଜନ ଓଝା, ଦେବାଶିଷ: ସେନାପତି, ଜଗନ୍ନାଥ ସାହୁ, ଅନିଲ କୁମାର ସା, ସତ୍ୟବାଦ ସାହୁ, ଅଜୟ କୁମାର ବଳ, ସୁଦର୍ଶନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଚନ୍ତି ।


