ବଡରମ୍ପାସରେ ରାବଣପୋଡି ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବଡରମ୍ପାସ ଠାରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାବଣପୋଡି କମିଟିର ସଭାପତି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଜେଡି ନେତା ଦେବପ୍ରୀୟ ପାତ୍ର, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ହାଟଡିହି ସରପଞ୍ଚ ସଂଘର ସଭାପତି ଚିନ୍ମୟ ନାୟକ, ବଡରମ୍ପାସ ପଞ୍ଚାୟତର ସରପଞ୍ଚରବିନ୍ଦ୍ର କୁମାର ଜେନା, ଚିତ୍ତରଞ୍ଜନ ପାତ୍ର, ସମିତିସଭ୍ୟ ବାବନ ଚରଣ ସେଠୀ, ବ୍ଲକ ବିଜେଡି ଉପସଭାପତି ବଳରାମ ସାହୁ, ବଡରମ୍ପାସ ସେବା ସମବାୟ ସମିତି ସଭାପତି ନିରଞ୍ଜନ ସାହୁ, ସୁଶାନ୍ତ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରାବଣପୋଡି ହେଉଛି ଅସତ୍ୟ ଉପରେ ଧର୍ମର ଜୟ, ଏଣୁ ଲୋକମାନେ ମନ ଭିତରେ ଥିବା ଗର୍ବ, ହିଂସା, କ୍ରୋଧକୁ ଦୁରେଇ ସତ୍ୟ ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ , ଆମେ ଯେପରି ଦୁର୍ଗାଙ୍କୁ ପୂଜା କରୁଛୁ ସେହିପରି କନ୍ୟା ମାନଙ୍କୁ ଯତ୍ନ ସହକାରେ ପାଳନ କରିବା ସହିତ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲେ ଏହି ଦୁର୍ଗାପୂଜା ସାର୍ଥକ ହେବ ବୋଲି ଅତିଥିମାନେ ମତ ଦେଇଥିଲେ । ପରେ ରାବଣପୋଡିକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ସୁନାଝିଅ ସିରିୟଲ ର ପ୍ରୀୟା, ବିଷ୍ଣୁ, ପଲ୍ଲବୀ, ଶାନ୍ତି, ଅମର ଓ ନିର୍ଦ୍ଦେଶକ ବିଶୁ ପ୍ରମୁଖ ଯୋଗଦେଇ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ରାବଣପୋଡି ଉତ୍ସବ ଦେଖିବାକୁ ଦଶ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିବାବେଳେ ନନ୍ଦିପଦା ପୋଲିସ ପକ୍ଷରୁ ଶାନ୍ତଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।


