ବଡରମ୍ପାସ ଓ ଓରାଳିିରେ ଧାନ ମଣ୍ଡି ଖୋଲିଲା
ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ବଡରମ୍ପାସ ସେବାସମବାୟ ସମିତି ଅଧିନରେ ବଡରମ୍ପାସ ଓ ଓରାଳିରେ ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । ସମିତିର ସଭାପତି ଉପେନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖୃ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ସମିତିସଭ୍ୟା ପ୍ରଭାତୀଲତା ସୁତାର, ଡାଇରେକ୍ଟର ସତ୍ୟଭାମା ଜେନା, ପର୍ଶୁରାମ ରାଉତ, ରମେଶ ଚନ୍ଦ୍ର ଜେନା, ବନମାଳୀ ସେନାପତି, ନିତ୍ୟାନନ୍ଦ ସାହୁ, ବୃନ୍ଦାବନ ସାହୁ, ମାୟାଧର ପେରେଇ, ହେମନ୍ତ ପେରେଇ ଓ ଚାଷୀ କମିଟି ସଦସ୍ୟ ମାନେ ଯୋଗଦେଇ ଥିଲେ । ଚାଷୀମାନେ କିପରି ସୁବିଧାରେ ମଣ୍ଡିରେ ଧାନ ଦେଇ ପାରିବେ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଚାଷୀ କମିଟିର ସଦସ୍ୟ ବଳରାମ ନନ୍ଦ, ଶ୍ରୀକାନ୍ତ ସେନାପତି, ହରିହର ସା, ଆନନ୍ଦ ଚନ୍ଦ୍ର ନାୟକ, ଦୟାନିଧି ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମବାୟ ସମିତିରେ ୧୩୮୯ଜଣ ଚାଷୀଙ୍କ ନାମ ପଞ୍ଜିକୃତ କରାଯାଇଥିବାବେଳେ ୪୧୫ଜଣ ଚାଷୀଙ୍କ ନାମ ଭେରିଫାଏଡ ହୋଇଛି ବୋଲି ସମ୍ପାଦକ ଦେବାଶିଷ ଧଳ ସୁଚନା ଦେଇଥିଲେ । ପ୍ରତି ସୋମବାର, ମଙ୍ଗଳବାର, ଶୁକ୍ରବାର ଓ ଶନିବାରରେ ଏହି ମଣ୍ଡିରୁ ଧାନ କିଣାଯିବ ବୋଲି ସମ୍ପାଦକ ସୁଚନା ଦେଇଥିଲେ । ସହସମ୍ପାଦକ ବିଦ୍ୟାଧର ନାୟକ, ଡିଇଓ ମନୋରଞ୍ଜନ ସାହୁ, ଲେଜର କ୍ଲର୍କ ଦିଲ୍ଲିପ ସ୍ୱାଇଁ, କର୍ମଚାରୀ ପ୍ରଫୁଲ ଜେନା, ମଦନ ମୋହନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଓରାଳି ଠାରେ ପ୍ରଥମଥର ପାଇଁ ଏକ ଧାନମଣ୍ଡିର ଶୁଭାରମ୍ଭ କରାଯାଇଛି ।